Report Card Odisha

| Daily Odia News

ନିୟମ ଭାଙ୍ଗିଲେ ହୋଇଯିବ ବ୍ୟାନ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସବୁଠୁ ଅଧିକ ବ୍ୟବହାର କରାଯାଉ ଥିବା ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ହେଉଛି ହ୍ୱାଟ୍ସଆପ୍‌ | ସାରା ବିଶ୍ୱରେ ହ୍ୱାଟ୍ସଆପ୍‌ ପାଖାପାଖି ୨୦୦କୋଟି ୟୁଜର ଅଛନ୍ତି । ଏହି ଆପ୍‌ର ସାହାଯ୍ୟରେ କେବଳ ମେସେଜ୍‌ ସେୟାର କରାଯିବା ସହ ଫଟୋ-ଭିଡ଼ିଓ ଓ ଡକ୍ୟୁମେଣ୍ଟ ବି କ୍ଷଣିକରେ ସେୟାର କରାଯାଇ ପାରୁଛି । ହେଲେ ଆପଣଙ୍କୁ ଜଣା କି ହ୍ୱାଟ୍ସଆପ୍‌ ନିୟମର ପାଳନ ନକଲେ, ୟୁଜରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆପଣଙ୍କର ଆକାଉଣ୍ଟ ମଧ୍ୟ ବ୍ୟାନ୍‌ ହୋଇପାରେ , ଯଦି ଆପଣ ହ୍ୱାଟ୍ସଆପ୍‌ର ନିୟମ ଗୁଡ଼ିକର ଉଲ୍ଲଙ୍ଘନ କରନ୍ତି। ଆପଣଙ୍କୁ ୫ଟି ନିୟମ ବିଷୟରେ କହୁଛୁ , ଯାହାକୁ ନମାନିଲେ ଆପଣଙ୍କର ଆକାଉଣ୍ଟ ବ୍ୟାନ ହୋଇପାରେ ।

୧- ଯଦି ଆପଣଙ୍କୁ ବହୁତ ରିପୋର୍ଟ କରାଯାଉଛି – ଯଦି ବହୁତ ଲୋକ ଆପଣଙ୍କୁ ରିପୋର୍ଟ କରନ୍ତି , ତ ଏହି ମଡରେଟକୁ ଆପଣଙ୍କୁ ସଂପୂର୍ଣ୍ଣ ଭାବେ ହଟେଇବାକୁ ପ୍ରେରିତ କରିପାରେ ।

୨- ଆଉ କାହା ନାଁରେ ଫେକ୍‌ ଆକାଉଣ୍ଟ କରିବା -ଯଦି ଆପଣ ଆଉ କାହାର ଫଟୋ ବ୍ୟବହାର କରି ଫେକ୍‌ ଆକାଉଣ୍ଟ କରି ଧରା ପଡ଼ିଯାନ୍ତି , ତ ଆପଣଙ୍କ ଆକାଉଣ୍ଟକୁ ବ୍ଲକ୍‌କରି ଦିଆଯିବ ।

୩- ଓରିଜିନାଲ ବଦଳରେ ଥାର୍ଡ ପାର୍ଟି ଆପ୍ସ ବ୍ୟବହାର କରିବା – ହ୍ୱାଟ୍ସଆପ୍‌ କେବଳ ଏହା ଚାହିଁ ଥାଏ କି, ଆପଣ ଏହାର ଅଫିସିଆଲ ଆପ୍‌ ୟୁଜ୍‌ କରନ୍ତୁ। ଯଦି ଆପଣ ହ୍ୱାଟ୍ସଆପ୍‌ ପ୍ଲସ୍ ବା ଜିବି ହ୍ୱାଟ୍ସଆପ୍ ଭଳି କୌଣସି ଥାର୍ଡ ପାର୍ଟି ରିପ୍‌ -ଫ୍‌ର ବ୍ୟବହାର କରୁଛନ୍ତି , ତ ଆପଣଙ୍କର ଆକାଉଣ୍ଟ ବ୍ୟାନ୍ ହେବାର ଆଶଙ୍କା ରହିଛି ।

୪- ଅଟୋମେଟେଡ୍‌ ବା ବଲ୍କ ମେସେଜ ପଠାଇବା – ଅଟୋମେଟେଡ୍ ଓ ବଲ୍କ ମେସେଜ ସାଧାରଣତଃ ଏହି ପ୍ରସ୍ତାବ ଦେଇଥାଏ କି କୌଣସି ବ୍ୟକ୍ତି ଘୋଟାଲା କରିବାକୁ ଚେଷ୍ଟା କରୁଛି ।

୫- ହ୍ୱାଟ୍ସଆପ୍‌ର ପର୍ଯ୍ୟାପ୍ତ ବ୍ୟବହାର ନକରିବା – ଯଦି ଆପଣ ଏହାର ଉପଯୋଗ କରୁନାହାନ୍ତି ତ ଆପଣଙ୍କ ହ୍ୱାଟ୍ସଆପ ଆକାଉଣ୍ଟ ଡିସେବଲ ବା ଡିଲିଟ୍‌ କରାଯାଇପାରେ। ହେଲେ ପ୍ଲାଟଫର୍ମ ଏହା କହିନାହିଁ କେତେ ସମୟ ପର୍ଯ୍ୟନ୍ତ । ଅଫିସିଆଲି ନିୟମ ଅନୁସାରେ , ଯଦି ଆକାଉଣ୍ଟ ରେଡିଷ୍ଟ୍ରେସନ ପରେ ଏହା ଆକ୍ଟିଭ୍‌ ରହେନାହିଁ ବା ଯଦି ଏହା ବିସ୍ତାରିତ ଅବଧି ପାଇଁ ନିଷ୍କ୍ରିୟ ରୁହେ ତ ହ୍ୱାଟ୍ସଆପ ଆପଣଙ୍କ ଆକାଉଣ୍ଟକୁ ଡିସେବଲ ବା ଡିଲିଟ୍‌ କରିପାରେ ।

 

 

Breaking News