Report Card Odisha

| Daily Odia News

ତୃତୀୟ ଲହାରକୁ ନେଇ ହୁ ର ଚେତାବନୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ତୃତୀୟ ଲହାରକୁ ଲୋକେ ଗମ୍ଭୀରତାର ସହ ନେଉ ନାହିଯାନ୍ତି। ସାମାଜିକ ମିଳାମିଶା କରୁଛନ୍ତି, ମାସ୍କ ପିନ୍ଧୁନାହାନ୍ତି, କରୋନା ନିୟମାବଳୀର ବ୍ୟାପକ ଉଲ୍ଲଂଘନ ହେଉଥିବା ବେଳେ ଏ ନେଇ ନିକଟରେ କେନ୍ଦ୍ରସରକାର ଚିନ୍ତା ବ୍ୟକ୍ତ କରିଛନ୍ତି। ତୃତୀୟ ଲହାରକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କବାଣୀ କରିଛି। ଏହି ଭୂତାଣୁ ବିକଶିତ ହେବାରେ ଲାଗିଛି। ବିଶ୍ବ ଏବେ ପ୍ରାଥମିକ ପର୍ଯ୍ୟାୟ ଦେଇ ଗତି କରୁଛି ବୋଲି ହୁ ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ କହିଛନ୍ତି | ଏହା ସହିତ କୋଭିଡ୍-୧୯ ର ଡେଲଟା ଭାରିଆଣ୍ଟର ତୀବ୍ର ବୃଦ୍ଧି ମଧ୍ୟରେ କରୋନା ତୃତୀୟ ତରଙ୍ଗର ‘ପ୍ରାରମ୍ଭିକ ପର୍ଯ୍ୟାୟ’ ବିଷୟରେ ବିଶ୍ୱକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଦୁର୍ଭାଗ୍ୟବଶତ ଆମେ ବର୍ତ୍ତମାନ ତୃତୀୟ ତରଙ୍ଗର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛୁ।

Breaking News