ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ ଆଦନମ ଆଉ ଏକ ମହାମାରୀ ନେଇ ବିଶ୍ବକୁ ସତର୍କ କରାଇଛନ୍ତି। ହୁ ମୁଖ୍ୟ କହିଛନ୍ତି, ପରବର୍ତ୍ତୀ ମହାମାରୀ ପାଇଁ ବିଶ୍ବ ପ୍ରସ୍ତୁତ ହୋଇଯିବା ଉଚିତ। ପରବର୍ତ୍ତୀ ମହାମାରୀ କରୋନା ମହାମାରୀଠାରୁ ମଧ୍ୟ ଆହୁରି ଘାତକ ହୋଇପାରେ ଏବଂ ଏହା କୋଟି କୋଟି ଲୋକଙ୍କ ଜୀବନ ନେଇପାରେ। ହୁ ମୁଖ୍ୟଙ୍କ ଏହି ବୟାନ ବିଶ୍ବବ୍ୟାପୀ ମେଡିକାଲ ବିଶେଷଜ୍ଞ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି। ଟେଡ୍ରସ କହିଛନ୍ତି, କରୋନା ଏବେ ଆଉ ଜରୁରୀ ସ୍ବାସ୍ଥ୍ୟ ସଙ୍କଟ ହୋଇନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ କରୋନା ଏବେ ଏକ ବିପଦ ନୁହେଁ। ସମଗ୍ର ବିଶ୍ବ ପାଇଁ କରୋନା ଏବେ ବି ଏକ ଚ୍ୟାଲେଂଜ। ନୂଆ ପ୍ରଜାତି ନୂଆ ସଂକ୍ରମଣ ଓ ମୃତ୍ୟୁ ଭୟ ବଢ଼ାଉଛି। ନୂଆ ଜୀବାଣୁ ମଧ୍ୟ ଆଗକୁ ଆହୁରି ଭୟଙ୍କର ରୂପ ନେଇ ଆସିପାରେ। ୭୬ତମ ବିଶ୍ବ ସ୍ବାସ୍ଥ୍ୟ ଅଧିବେଶନରେ ହୁ ଏନେଇ ରିପୋର୍ଟ ଉପସ୍ଥାପନ କରିଥିବା କହିଛନ୍ତି। ମହାମାରୀ ସହ ମୁକାବିଲା କରିବାପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ମିଳିତ ଭାବେ ଆମକୁ ଲଢ଼ିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଯେତେବେଳେ କରୋନା ମହାମାରୀ ଆସିଲା ସେତେବେଳେ ବିଶ୍ବ ଏହାର ମୁକାବିଲା ପାଇଁ ଆଦୌ ପ୍ରସ୍ତୁତ ନଥିଲା, କିନ୍ତୁ ପରବର୍ତ୍ତୀ ମହାମାରୀ ପାଇଁ ଆମକୁ ପ୍ରସ୍ତତ ହେବାକୁ ପଡ଼ିବ ବୋଲି ଟେଡ୍ରସ କହିଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..