Report Card Odisha

| Daily Odia News

କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ …..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି କୁ ବହୁମତ ମିଳିଛି| ବିଜେପି ଏକା ୧୩୨ ଆସନରେ ଜିତି ବଡ଼ ଦଳ ଭାବେ ଉଭା ହୋଇଛି। ତେଣୁ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ରେସ୍‌ରେ ଦେବେନ୍ଦ୍ର ଫଡନାବିସ୍ ଆଗରେ ଅଛନ୍ତି। ଏହାରି ଭିତରେ ମହାୟତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମିଫଡନାବିସଙ୍କୁ ସମର୍ଥନ କଲେ ଅଜିତ ପାଓ୍ୱାର | ମିଳିଥିବା ସୂଚନା ଅନୁଯାୟୀ ଅଜିତ ପାୱାର ଦଳର ଏନସିପି ଦେବେନ୍ଦ୍ର ଫଡନାବିସଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ରାଜି ହୋଇଛନ୍ତି। ରବିବାର ଅନୁଷ୍ଠିତ ବୈଠକରେ ଅଜିତ ପାୱାର ଏବଂ ତାଙ୍କର ସମସ୍ତ ବିଧାୟକ ଦେବେନ୍ଦ୍ର ଫଡନାବିସଙ୍କୁ ସିଏମ୍ କରିବାକୁ ସମର୍ଥନ କରିଥିଲେ। ତଥାପି, ସିନ୍ଦେ ଶିବିରରେ ଥିବା ବିଧାୟକମାନେ ଏକନାଥ ସିନ୍ଦେ ହିଁ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଛନ୍ତି। ଏପଟେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୬ ତାରିଖରେ ଶେଷ ହେଉଛି। ତେଣୁ ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବାରୁ ଯଥାଶୀଘ୍ର ସରକାର ଗଠନ ନେଇ ପ୍ରସ୍ତୁତ ହେଉଛି ମେଣ୍ଟ। ସୋମବାର ଅର୍ଥାତ୍ ଆଜି ନେତା ଚୟନ ନେଇ ମହାୟୁତିରେ ବିଧାୟକ ଦଳ ବୈଠକ ବସିବପାରେ। ଏହା ପୂର୍ବରୁ ତିନି ଦଳର ପ୍ରମୁଖ ନେତା ଦେବେନ୍ଦ୍ର ଫଡନାବିସ୍, ଏକନାଥ ସିନ୍ଦେ, ଅଜିତ୍ ପାଓ୍ୱାର ଦିଲ୍ଲୀ ଗସ୍ତ କରିଛନ୍ତି। ବିଜେପି ହାଇକମାଣ୍ଡଙ୍କ ସହ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ।

Breaking News