Report Card Odisha

| Daily Odia News

ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..

ରିପୋର୍ଟ କାର୍ଡ / ସୁନ୍ଦରଗଡ଼

ଓଢଣିରେ ସ୍ବାମୀର ତଣ୍ଟି ଚିପି ପତ୍ନୀ ହତ୍ଯା କରିଛି। ଏଭଳି ଘଟଣା ସାମ୍ନାକୁ ଆସିଛି ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ନୂଆପଡ଼ାରେ। ଗତକାଲି ରାତିରେ ଘଟଣାଟି ଘଟିଥିବାବେଳେ ସହରରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ହତ୍ଯା ଅଭିଯୋଗରେ ପତ୍ନୀଙ୍କୁ ଅଟକ ରଖିଛି। ହତ୍ଯା ପରେ ଘଟଣାକୁ ଲୁଚାଇବା ପାଇଁ ଉଦ୍ଯମ କରିଥିଲା ପତ୍ନୀ । ସ୍ବାମୀ ଆତ୍ମହତ୍ଯା କରିଥିବା କହି ପତ୍ନୀ ଆମ୍ବୁଲାନ୍ସ ଡାକି ହସ୍ପିଟାଲ ନେଇଥିଲା। ସେଠାରେ ଡାକ୍ତର ତଣ୍ଟି ଚିପା ଯାଇଥିବା କଥା କହିଲେ। ଏହା ପରେ ପତ୍ନୀ ସତ ମାନି ଯାଇ ସିଏ ହିଁ ତଣ୍ଟି ଚିପିଥିବା କହିଥିଲେ। ଡାକ୍ତର ଏ ସମ୍ପର୍କରେ ସୂଚୀତ କରିବା ପରେ ପୁଲିସ ଆସି ପତ୍ନୀକୁ ଥାନାକୁ ନେଇଯାଇଛି। ମୃତକ ହେଲେ ହେମନ୍ତ ବାଗ। ସେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କ ଡ୍ରାଇଭର ଥିଲେ। ସେ ସବିତା ବାଗଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କ ଦୁଇଟି ସନ୍ତାନ ରହିଛି। ତେବେ କିଛି ମାସ ତଳୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ଯରେ ଝଗଡ଼ା ଲାଗି ରହିଥିଲା। ଗତକାଲି ରାତିରେ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ଯରେ ଝଗଡ଼ା ହୋଇଥିଲା। ହଠାତ ପତ୍ନୀ ଉତକ୍ଷିପ୍ତ ହୋଇ ଓଢଣିରେ ସ୍ବାମୀଙ୍କ ତଣ୍ଟି ଚିପି ଦେଇଥିଲା ବୋଲି ଅଭିଯୋଗ ହୋଇଛି। ଆଜି ମୃତଦେହର ବ୍ଯବଚ୍ଛେଦ କରାଯିବ।

 

Breaking News