ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଙ୍କର ମନ୍ତ୍ରୀପଦ ଯିବାପରେ ରକ୍ତ ଚାଉଳ ଚଉବାଉଛନ୍ତି | ଅନାସ୍ଥା ଭୋଟରେ ହାରି ପ୍ରଧାନମନ୍ତ୍ରୀ ପଦ ହରାଇ ଇମ୍ରାନ ସମସ୍ତଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି। ପେଶାୱାର୍ରେ ଆୟୋଜିତ ରାଲିରେ ଉଦ୍ବୋଧନ ଦେବା ବେଳେ ସେ କହିଛନ୍ତି, ସରକାରର ଅଂଶବିଶେଷ ଥିବା ବେଳେ ମୁଁ ବିପଜ୍ଜନକ ନ ଥିଲି, କିନ୍ତୁ, ଏଥର ଅଧିକ ବିପଜ୍ଜନକ ହେବି। ଷଡ଼ଯନ୍ତ୍ର କରି ତାଙ୍କୁ ପ୍ରଧାନମନ୍ତ୍ରୀ ପଦର ହଟାଇ ଦିଆଯାଇଛି ବୋଲି ଅଭିଯୋଗ କରି ସେ ପଚାରିଛନ୍ତି ଯେ, ଗତ ସପ୍ତାହରେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପୂର୍ବରୁ ରାତି ଅଧରେ କାହିଁକି ଅଦାଲତ ସବୁ ଖୋଲାଯାଇଥିଲା | ମୁଁ କ’ଣ କୌଣସି ଆଇନ ଉଲ୍ଲଂଘନ କରିଥିଲି | ସେ କହିଛନ୍ତି, ବିଚାର ବିଭାଗ ସ୍ବାଧୀନ ଭାବେ କାର୍ଯ୍ୟ କରି ନ ଥିଲା। ମୁଁ ମୋର ସମୁଦାୟ ରାଜନୈତିକ କ୍ୟାରିୟର୍ରେ ଜନସାଧାରଣଙ୍କୁ ପ୍ରତିଷ୍ଠାନମାନଙ୍କ ବିରୋଧରେ ଉସ୍କାଇ ନାହିଁ। ସୂଚନାଯୋଗ୍ୟ, ଇମ୍ରାନ୍ ଖାଁଙ୍କ ସରକାର ବିପକ୍ଷରେ ଅନାସ୍ଥା ପ୍ରସ୍ତାବ ଆଗତ ନିମନ୍ତେ ଶେଷ ତାରିଖ ଧାର୍ଯ୍ୟ କରିବା ଲାଗି ହୋଇଥିବା ଆବେଦନର ଶୁଣାଣି ଲାଗି ଏପ୍ରିଲ୍ ୯ ତାରିଖ ବିଳମ୍ବିତ ରାତ୍ରରେ ପାକିସ୍ତାନ ସୁପ୍ରିମ୍ କୋର୍ଟ ପ୍ରସ୍ତୁତି କରିଥିଲା। ସୁପ୍ରିମ୍ କୋର୍ଟଙ୍କ ଆଦେଶ ସତ୍ତ୍ବେ ତତ୍କାଳୀନ ବାଚସ୍ପତି ଅସାଦ୍ କାଇଜର୍ ମଧ୍ୟରାତ୍ର ସୁଦ୍ଧା ଅନାସ୍ଥା ଭୋଟ୍ ଆରମ୍ଭ କରାଇ ଦେଇ ନ ଥିଲେ। ଅନ୍ୟ ଏକ ଆବେଦନର ଶୁଣାଣି ନିମନ୍ତେ ଇସ୍ଲାମାବାଦର ହାଇକୋର୍ଟ ମଧ୍ୟ ରାତି ଅଧ ବେଳକୁ ଖୋଲିଥିଲା। ଇମ୍ରାନ୍ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆମଦାନି’ ହୋଇଥିବା ନୂଆ ସରକାର ଗ୍ରହଣୀୟ ନୁହେଁ। ଏ କଥା ଜନସାଧାରଣ ପ୍ରତିବାଦ କରି ଜଣାଇ ଦେଇଛନ୍ତି।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..