Report Card Odisha

| Daily Odia News

ଖୁବଶୀଘ୍ର ବିବାହ କରିବେ ରାହୁଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ନିର୍ବାଚନ ଚାଲିଥିବା ବେଳେ ପ୍ରଚାର ପ୍ରସାର ଚାଲିଛି। ଏସବୁ ଭିତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନେଇ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି। ଖୁବଶୀଘ୍ର ବାହା ହୋଇ ପାରନ୍ତି ରାହୁଲ ଗାନ୍ଧି। ଆମେ ଏକଥା କହୁ ନାହୁଁ, ବରଂ ରାହୁଲ ଗାନ୍ଧି ଆଜି ଏମିତି କିଛି କହିଛନ୍ତି। ପ୍ରଥମଥର ପାଇଁ ୨୦୨୪ରେ ରାହୁଲ ଗାନ୍ଧି ଉତ୍ତର ପ୍ରଦେଶର ରାଏବରେଲୀରୁ ପ୍ରାର୍ଥୀ ହୋଇଛନ୍ତି। ଆଜି ଏଠାରେ ପ୍ରଚାର କରିବା ବେଳେ ଲୋକମାନେ ୫୩ ବର୍ଷୀୟ ରାହୁଲ ଗାନ୍ଧିଙ୍କୁ ବାହାଘର କେବେ ହେବ ବୋଲି ପ୍ରଶ୍ନ କରିଥିଲେ। ପ୍ରଶ୍ନ ଶୁଣି ଲାଜେଇ ଯାଇଥିବା ରାହୁଲ ସ୍ମିତ ହାସ୍ୟ ଦେଇଥିଲେ। ଏହାପରେ ଷ୍ଟେଜ ଉପରେ କହିଥିଲେ ଯେ “ଏବେ ଶୀଘ୍ର କରିବାକୁ ପଡ଼ିବ।” ବାସ୍‌ ଏହା କହିବା ପରେ ରାହୁଲ ହସି ହସି ଲୋକଙ୍କୁ ହାତ ହଲାଇ ଷ୍ଟେଜ ଉପରୁ ଚାଲି ଯାଇଥିଲେ। ରାହୁଲଙ୍କ ବାହାଘର ଉପରେ ଟିପ୍ପଣୀର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

Breaking News