ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଋଷ-ୟୁକ୍ରେନ ଯୁଦ୍ଧକୁ ୮ଦିନ ବିତିଯାଇଥିବା ବେଳେ ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି | ଯୁଦ୍ଧରେ ୟୁକ୍ରେନର ଅନେକ ସହର ଧ୍ବଂସ ହୋଇଯାଇଛି | ଦେଶରେ ଏତେ ସଂଖ୍ୟକ ସୈନ୍ୟ ଓ ନାଗରିକଙ୍କୁ ହରାଇବା ପରେ ବି ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନସ୍କି ଋଷ ସେନାକୁ ଚେତାବନୀ ଦେଇଚାଲିଛନ୍ତି। ଯୁଦ୍ଧ ପରେ ୟୁକ୍ରେନକୁ ପୁନଃ ନିର୍ମାଣ କରିବାକୁ ଶପଥ ନେଇ ସେ କହିଛନ୍ତି ଯେ ୟୁକ୍ରେନ ବିରୋଧରେ କରିଥିବା ସମସ୍ତ କାର୍ଯ୍ୟ ପାଇଁ ଋଷକୁ ମୂଲ୍ୟ ଦେବାକୁ ପଡ଼ିବ। ଯେଉଁଭଳି ଭାବେ ସେ ୟୁକ୍ରେନକୁ ଭାଙ୍ଗି ଚାଲିଛି, ସେଭଳି ଭାବେ ଏହାକୁ ଗଢ଼ିବାରେ ସାହାଯ୍ୟ କରିବ ଋଷ। ଆମେ ଦୁଇଟି ବିଶ୍ୱଯୁଦ୍ଧ, ତିନୋଟି ଦୁର୍ଭିକ୍ଷ ଭଳି ଅନେକ ବଡ଼ ବଡ଼ ସମସ୍ୟାର ସାମ୍ନା କରିଛୁ। ରୁଷ ୟୁକ୍ରେନକୁ ଅନେକ ଥର ବିନାଶ କରିବାକୁ ଚାହିଁଛି, କିନ୍ତୁ ତାହା କରିପାରିନାହିଁ। ଆମେ ବହୁତ ସହିଛୁ। ଯଦି କିଏ ଭାବୁଛି ଯେ ଏହି ସବୁକୁ ଦେଖି ୟୁକ୍ରେନୀୟମାନେ ଭୟଭୀତ ହୋଇ ଆତ୍ମସମର୍ପଣ କରିବେ, ତା’ହେଲେ ସେମାନେ ଆମ ବିଷୟରେ କିଛି ଜାଣନ୍ତି ନାହିଁ। ଆମେ ଶେଷ ପର୍ଯ୍ୟନ୍ତ ଲଢ଼ିବୁ। ଏହା ପୂର୍ବରୁ ଭୋଲୋଦିମିର୍ ଜେଲେନସ୍କି ରୁଷକୁ ଚେତାବନୀ ଦେଇ କହିଥିଲେ ଯେ, ଗତ ସପ୍ତାହରେ ପ୍ରାୟ ୯,୦୦୦ ରୁଷୀୟ ଯବାନଙ୍କର ମୃତ୍ୟୁ ଘଟିଛି। ଏଭଳି ସ୍ଥିତିରେ ଏହି ସଂଖ୍ୟା ଆହୁରି ବଢ଼ୁ ମୁଁ ଚାହୁଁନାହିଁ। ୟୁକ୍ରେନ ମାଟି ଋଷର ଯବାନଙ୍କ ମୃତଦେହରେ ଭର୍ତ୍ତି ହେଉ ବୋଲି ମୁଁ ଚାହୁଁନାହିଁ। ତୁରନ୍ତ ଘରକୁ ଯାଅ।
More Stories
ଆମର ରାଷ୍ଟ୍ର ପ୍ରଥମ,କଂଗ୍ରେସର ପରିବାର ପ୍ରଥମ…..
ଆମେରିକା ନିୟମ ଅନୁଯାୟୀ ଭାରତୀୟମାନଙ୍କୁ ପଠାଇଛି…..
ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ……