Report Card Odisha

| Daily Odia News

ଉଇନର ଆସୋସିଏସନର ୧୭ ତମ ପ୍ରତିଷ୍ଠାଦିବସ ଅନୁଷ୍ଠିତ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଭୁବନେଶ୍ବର ସହିଦନଗର ସ୍ଥିତ ଉଇନର ଆସୋସିଏସନର ୧୭ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଉଇ ୪ ଭୁବନେଶ୍ବର, ଉଇ ୪ ୟୁ ମିଶନ ରକ୍ତଦାନ, ଓଡିଶା ମେଡିକାଲ କର୍ମଚାରୀ ସଂଘ, ସୌରେନ୍ଦ୍ର କୁମାର ସାହୁ, ପ୍ରଫେସର ରଘୁନାଥ ସାହୁ ଓ ଶ୍ରୀମତୀ ଶୁଭଲକ୍ଷ୍ମୀ ଦାସ ଙ୍କୁ ସାମାଜ କଲ୍ଯାଣ କାର୍ଯ୍ୟ ନିମନ୍ତେ ସମ୍ଵର୍ଦ୍ଧନା କରାଯାଇଥିଲା | ଜାଗା ମିଶନରେ ନୂତନ ଭାବେ ଉପଦେଷ୍ଟା ପଦରେ ଯୋଗ ଦେଇଥିବା ଶ୍ରୀମତୀ ଶାଶ୍ୱତୀ ମିଶ୍ର ଙ୍କୁ ମଧ୍ଯ ଅନୁଷ୍ଠାନ ପକ୍ଷରୁ ସମ୍ଵର୍ଦ୍ଧିତ କରାଯାଇଥିଲା | ପ୍ରତିଷ୍ଠା ଦିବସରେ ସହିଦନଗରରେ ଥିବା ୧୨ଟି ମନ୍ଦିରରେ ଅଳିଆ ସଫା କରି ବାଲଟି ଓ ଟ୍ରେ ଦିଆ ଯାଇଥିଲା | ଏହି ଅବସରରେ ସହିଦନଗର ସ୍ଥିତ ସ୍କୁଲ ଗୁଡ଼ିକରେ ପିଲା ମାନଙ୍କୁ ଖାତା, ପେନସିଲ, ଚକୋଲେଟ ବଣ୍ଟନ କରାଯାଇଥିଲା| ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସଭାରେ ମୁଖ୍ୟ ଉପଦେଷ୍ଟା ଉମାନାଥ ମିଶ୍ର, ରୁଦ୍ର ନାରାୟଣ ସାମନ୍ତରାୟ, ଅମରେଶ ଜେନା, ନାରାୟଣ ମହାପାତ୍ର, ଅନୁଷ୍ଠାନ ର ସଭାପତି ରଞ୍ଜିତ କୁମାର ରାୟ, ସମ୍ପାଦକ ସନ୍ତୋଷ ରାଓ, ସାଂସ୍କୃତିକ ସମ୍ପାଦକ ନିରୋଜ ସାହୁ ବହୁ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ|

Breaking News