Report Card Odisha

| Daily Odia News

ୱିନର ଆସୋସିଏସନ୍ ପକ୍ଷରୁ ଗଣେଶ ଚତୁର୍ଥୀ ନିମନ୍ତେ ଅନୁକୂଳ ପୂଜା ଅନୁଷ୍ଠିତ ହୋଇଯାଇଛି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ୱିନର ଆସୋସିଏସନ୍ ପକ୍ଷରୁ ଗଣେଶ ଚତୁର୍ଥୀ ପାଳନ ନିମନ୍ତେ ଅନୁକୂଳ ପୂଜା ଅନୁଷ୍ଠିତ ହୋଇଯାଇଛି | ଭୁବନେଶ୍ବର ସହିଦନଗରରେ ୨୦୦୮ ମସିହା ରୁ କରି ଆସୁଥିବା ବଡ ଗଣେଶ ନିମନ୍ତେ ସାରା ଓଡିଶା ରେ ପରିଚିତ ୱିନର ଆସୋସିଏସନ | ଚଳିତ ବର୍ଷ ଗଣେଶ ଚତୁର୍ଥୀ ପାଳନ ନିମନ୍ତେ ଆଜି ମଳ ପୂର୍ଣିମା ଅବସରରେ ଅନୁକୂଳ ପୂଜା ହୋଇଯାଇଛି | ଅନୁଷ୍ଠାନ ର ସଦସ୍ୟ ମାନେ ଚଣ୍ଡି ଖୋଲ, ପାଖରେ ଅବସ୍ଥିତ ମହାବିନାୟକ ମନ୍ଦିର ରେ ପୂଜା କରି ଆଜ୍ଞାମାଳ ନେଇ ଆସିଥିଲେ | ପବିତ୍ର ଗଣେଶ ପୂଜା ପାଇଁ ଅନୁଷ୍ଠାନ ପକ୍ଷରୁ ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ନିଷ୍ଠାର ସହ କାର୍ଯ୍ୟକ୍ରମ କରିଥିଲେ |

Breaking News