Report Card Odisha

| Daily Odia News

ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜିଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ସରକାର ବହୁ ଚର୍ଚ୍ଚିତ ୱାକଫ୍ ସଂଶୋଧନ ବିଧେୟକ ସମେତ ୧୫ଟି ବିଧେୟକକୁ ଗୃହୀତ କରିବା ଲାଗି ତାଲିକାଭୁକ୍ତ କରିଛନ୍ତି। ଗୃହୀତ ପାଇଁ ତାଲିକାଭୁକ୍ତ ବିଧେୟକ ମଧ୍ୟରୁ ୫ଟି ନୂଆ ବିଧେୟକ ହୋଇଥିବାବେଳେ ଅବଶିଷ୍ଟ ୧୦ଟି ବିଧେୟକ ଆଗତ ହୋଇସାରିଛି। ୱାକଫ ସଂଶୋଧନ ବିଧେୟକ ଉପରେ ଯୁଗ୍ମ ସଂସଦୀୟ କମିଟି ଏହାର ରିପୋର୍ଟ ପ୍ରଦାନ କରିବ। ନିୟମ ଅନୁଯାୟୀ ଅଧିବେଶନର ପ୍ରଥମ ସପ୍ତାହର ଶେଷ ଦିନରେ କମିଟି ଏହାର ରିପୋର୍ଟ ପ୍ରଦାନ କରିବ। ଗତ ମୌସୁମୀ ଅଧିବେଶନ କାଳରେ ୱାକଫ ସଂଶୋଧନ ବିଧେୟକକୁ ଲୋକସଭାରେ ଆଗତ ପରେ ଏହା ଉପରେ ତର୍ଜମା ଲାଗି ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଯାଇଥିଲା। ଜେପିସି ବିଧେୟକ ଉପରେ ତର୍ଜମା କରିବା ସହିତ ଏହା ଉପରେ ସାଧାରଣ ଜନତାଙ୍କ ମତାମତ ନେଇଛି। ଗୃହୀତ ପାଇଁ ତାଲିକାଭୁକ୍ତ ଅନ୍ୟ ବିଧେୟକ ମଧ୍ୟରେ ରହିଛି କୋଷ୍ଟାଲ ସିପିଂ ବିଲ୍‌, ଇଣ୍ଡିଆନ ପୋର୍ଟ୍ସ ବିଲ୍‌, ମର୍ଚ୍ଚାଣ୍ଟ ସିପିଂ ବିଲ୍‌, ଭାରତୀୟ ବାୟୁଯାନ ବିଲ୍‌। ତେବେ ବିରୋଧୀ ଦଳଗୁଡିକ ଏହି ଅଧିବେଶନ କାଳରେ ଗୌତମ ଅଦାନୀଙ୍କ ବିରୋଧରେ ଆସିଥିବା ଲାଞ୍ଚ କାରବାର ପ୍ରସଙ୍ଗକୁ ନେଇ ଗୃହରେ ହୋହଲ୍ଲା କରିବେ। ଏହା ସହିତ ମଣିପୁର ହିଂସା, ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଆଦି ବିଭିନ୍ନ ପ୍ରସଙ୍ଗରେ ଗୃହ କମ୍ପିବ।

Breaking News