ରିପୋର୍ଟ କାର୍ଡ / ଗଞ୍ଜାମ
ଜାଗର ଦୀପରୁ ନିଆଁ ଲାଗି ୨ ମହିଳା ଗୁରୁତର ହୋଇଛନ୍ତି | ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସ୍କା ଓ କୋଣାର୍କରେ | ଗଞ୍ଜାମ ଜିଲ୍ଲା ଆସ୍କା ପୁଡୁବେଶ୍ୱର ମନ୍ଦିର ପରିସରରେ ଘଟିଥିଲା ପ୍ରଥମ ଅଘଟଣ। ଗୁରୁତର ମହିଳାଙ୍କୁ ଆସ୍କା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ପରିବାର ଲୋକେ ଅନ୍ୟ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ମହିଳା ଜଣକ ଆସ୍କାର ସୁନିତା ପାତ୍ର, ଶରୀରର ୪୦ ପ୍ରତିଶତ ପୋଡ଼ି ଯାଇଛି। ଜାଗର ଜାଳିବା ବେଳେ ଦୀପ ନିଆଁ ଲାଗି କୋଣାର୍କରେ ଜଣେ ମହିଳା ଗୁରୁତର ହୋଇଛନ୍ତି। କୋଣାର୍କ ଚାରିଛକ ଥାନା ଅମରେଶ୍ୱର ମନ୍ଦିରରେ ଏହି ଅଘଟଣ ଘଟିଛି। ଗୁରୁତର ମହିଳା ଜଣକ କୋଣାର୍କ ବିନିସପୁରର ରୀନା ଭୋଇ। ଦୀପରେ ତାଙ୍କ ଲୁଗା ଲାଗି ଯିବାରୁ ନିଆଁ ବ୍ୟାପୀ ଯାଇଥିଲା। ମନ୍ଦିରରେ ଉପସ୍ଥିତ ଲୋକେ ନିଆଁକୁ ଆୟତ କରିଥିଲେ। ହେଲେ ରୀନାଙ୍କ ଶରୀରର ବହୁ ଅଂଶ ପୋଡ଼ି ହୋଇଯାଇଥିଲା। ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ କଟକ SCB ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି |






More Stories
ଆସିଲା ସୌମ୍ୟ ପୋଷ୍ଟମର୍ଟମ ରିପୋର୍ଟ…..
ତଦନ୍ତ ଫାଇଲ ଗାଏବ କୁ ନେଇ FIR….
ପତିତପାବନ ଓ ଆନନ୍ଦବଜାରକୁ ଟ୍ରେଡମାର୍କ ସ୍ୱୀକୃତି…..