Report Card Odisha

| Daily Odia News

ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେ​ଷ :​‌ ପ୍ରଚୁର ପରିମାଣର ଧନରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ଜ୍ଞାନର ପ୍ରଦୀପ ଜଳାଇ କର୍ମକ୍ଷେତ୍ରକୁ ଅଧିକ ଉଳମୟ କରିପାରନ୍ତି। ବ୍ୟବସାୟ ଲାଭପ୍ରଦ ହେବ।

ବୃଷ : ଧର୍ମ କଥାନୁରକ୍ତର ବାହକ ହେବେ। ନୀତିନିଷ୍ଠ ହେବେ। ସତ୍‌କର୍ମରେ ଅଭୀଷ୍ଟ ସିଦ୍ଧି କରିପାରନ୍ତି। ନିଜର ଭାଗ୍ୟନିୟନ୍ତା ନିଜେ ହେବେ। ଦିନଟି ସୁଖ ସମୃଦ୍ଧିପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମିଥୁନ : ସତ୍‌ପଥରୁ ବିଚ୍ୟୁତ ହୋଇ ନିନ୍ଦିତ ହେବେ। ସାରାଦିନ ସତର୍କତାର ସହ ଚଳିବାକୁ ପଡ଼ିବ। ଆଳସ୍ୟ ପରାୟଣ ହୋଇପାରନ୍ତି। ହୀନ ପ୍ରତାପୀ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଗାଳି ଶୁଣିବାକୁ ପଡ଼ିବ।

କର୍କଟ : ଆପଣଙ୍କ କାର୍ଯ୍ୟକଳାପରେ ଲୋକପ୍ରିୟତା ଅର୍ଜନ କରିବା ସମ୍ଭବ ନୁହେଁ। ମନରେ ଆତୁରିତ ଭାବ ଦେଖା ଦେଇ ଭୟର ସଞ୍ଚାର ହୋଇପାରେ। ସଙ୍ଗୀତପ୍ରିୟ ହୋଇପାରନ୍ତି। ଦାନକୁ ବ୍ରତଭାବେ ଗ୍ରହଣ କରିବେ।

ସିଂହ : ଶତ୍ରୁମାନେ ଅପସରି ଯାଇପାରନ୍ତି। ଧନର ଅଭାବ ରହିବ ନାହିଁ। ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି। ତେଜୀୟାନ ହୋଇପାରନ୍ତି। ବନ୍ଧୁଙ୍କ ଅସୁସ୍ଥତାର ଖବର ମିଳିପାରେ। ବାହୁରେ ପୀଡ଼ା ଉପୁଜିପାରେ।

କନ୍ୟା : ପ୍ରିୟ ଲୋକଙ୍କ ସାନ୍ନିଧ୍ୟ ମିିଳିବା କଷ୍ଟସାଧ୍ୟ ହେବ। ଶତ୍ରୁକୁ ବଶ କରିପାରନ୍ତି। ପାପ କାର୍ଯ୍ୟକୁ ପରିତ୍ୟାଗ କରିପାରନ୍ତି। ଅସ୍ତ୍ର-ଶସ୍ତ୍ରର ଅଧିକାରୀ ହୋଇପାରନ୍ତି। କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିବେ।

ତୁଳା : ପୁତ୍ର ସୁଖ ମିଳିପାରେ। ସଦା ସମୃଦ୍ଧ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଜାତ ହୋଇପାରେ। ହଠାତ୍‌ କିଛି ଧନ ପ୍ରାପ୍ତିର ସୂଚନା ମିଳୁଛି। ଲଟେରି ଉଠାଣ ଫଳ ସପକ୍ଷରେ ଯାଇପାରେ।

ବିଛା : କର୍ମକ୍ଷେତ୍ରରେ ଉଦାରତା ଭାବ ଦେଖା ଦେଇପାରେ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷି କର୍ମରେ ନିୟୋଜିତ ହୋଇପାରନ୍ତି। ଜଳଯାତ୍ରା ନ କରିବା ଭଲ।
ଧନୁ : ଆତ୍ମବିଶ୍ବାସୀ ହେବେ। ମନ ପ୍ରସନ୍ନ ରହିବ। ଭାଷା ସରଳ ଓ ସାବଲୀଳ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜମାନଙ୍କଠାରୁ ଆଦର, ସମ୍ମାନ ମିଳିବ। ପୂଜାପାଠରେ ମନ ଦେବେ। କର୍ତ୍ତବ୍ୟପରାୟଣ ହେବେ।
ମକର : ସୌଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ସୁଖୀ ହେବେ। ଧାର୍ମିକ ବିଚାରାଧାରା ପ୍ରତି ଆଗ୍ରହୀ ହେବେ।
କୁମ୍ଭ : ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଶତ୍ରୁର ମିକାବିଲା କରିବେ।
ମୀନ : ରାଜଯୋଗ ଅଛି। ପ୍ରାୟ ଅଧିକାଂଶ ସ୍ଥାନରେ ସମ୍ମାନିତ ହେବେ। ରାଜ ଦରବାରରେ ଆପଣଙ୍କ ମହାନତା ପ୍ରକାଶ ପାଇବ। ଉଚ୍ଚାସନରେ ଆସୀନ ହୋଇପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ଜ୍ଞାନୀ ହେବେ।

Breaking News