ରିପୋର୍ଟ କାର୍ଡ / ଭୁବନେଶ୍ବର
ସୁନା ଚେନ୍ ଲୁଟେରାଙ୍କ ପାଇଁ ଚାଲିଗଲା ଜୀବନ। ରାସ୍ତାରେ ପଡ଼ି ପ୍ରାଣ ହରାଇଲେ ମହିଳା। ସୋମନାଥ ମନ୍ଦିର ଦର୍ଶନ ପାଇଁ ଭୁବନେଶ୍ୱରରୁ ହରିରାଜପୁର ଯାଉଥିଲେ ଦମ୍ପତ୍ତି। ହଠାତ କଳା ପଲସରରେ ଦୁଇଜଣ ଦୁର୍ବୃତ୍ତ ଆସି ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେବା ପାଇଁ ଉଦ୍ୟମ କରିଥିଲେ। ମୋଟା ଚେନ କାରଣରୁ ଚେନ୍ ନେଇପାରିନଥିଲେ ଲୁଟେରା । ସ୍ଵାମୀ ବାଇକ ଚଳାଉ ଥିବାବେଳେ ସ୍ତ୍ରୀ ବିଷ୍ଣୁ ପାତ୍ର ପଛରେ ବସିଥିଲେ । ଲୁଟ୍ ନ କରିପାରି ପୁନର୍ବାର ଲୁଟ୍ ପାଇଁ ଗୋଡ଼ାଇ ଆକ୍ରମଣ କରିଥିଲେ। ଲୁଟ୍ ହେବାରୁ ସୁନା ଚେନ୍ ସିନା ବଞ୍ଚିଗଲା ହେଲେ ଦୁର୍ବୃତ୍ତଙ୍କ ଆକ୍ରମଣରେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ୩ ଦିନ ଧରି ଜୀବନ ସହିତ ସଂଗ୍ରାମ ପରେ ଆଜି ତାଙ୍କର ମୃତ୍ୟୁ ହୋଇଛି।






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..