ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୁଆଲାଲମ୍ପୁରରୁ ଚେନ୍ନାଇ ଅଭିମୁଖେ ଆସୁଥିବା ଏକ ବିମାନରୁ ଜଣେ ୩୭ ବର୍ଷୀୟା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବିମାନଟି ଚେନ୍ନାଇରେ ପହଞ୍ଚିବା ପରେ କର୍ମଚାରୀମାନେ ମହିଳାଙ୍କୁ ଅସୁସ୍ଥ ଅବସ୍ଥାରେ ପାଇଥିଲେ। ମୃତ୍ୟୁର କାରଣ ହୃଦଘାତ ବୋଲି ପୋଲିସ କହିଛି। ବିମାନବନ୍ଦରରେ ଡାକ୍ତରମାନେ ତାଙ୍କୁ ପରୀକ୍ଷା କରି ମୃତ୍ୟୁ ହୋଇ ସାରିଥିବା ନିଶ୍ଚିତ କରିଥିଲେ। ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାର ବାସିନ୍ଦା ଏହି ମହିଳା କ୍ୱାଲାଲମ୍ପୁରରୁ ଫେରୁଥିଲେ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..