ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିଜ ପୁରୁଷ ବନ୍ଧୁଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଛନ୍ତି ଜଣେ ଯୁବତୀ। ଅଭିଯୁକ୍ତଜଣକ ସପ୍ତାହେ କାଳ ତାଙ୍କୁ ବଳାତ୍କାର କରିବା ସହ ଅକଥନୀୟ ନିର୍ଯାତନା ଦେଇଥିବା ଯୁବତୀଜଣକ ଥାନାରେ ଅଭିଯୋଗ କରିଛନ୍ତି। କେତେବଳେ ଅଭିଯୁକ୍ତଜଣକ ତାଙ୍କ ଶରୀରରେ ଗରମ ଡାଲି ଢାଳିଛନ୍ତି ତ କେତେବଳେ ପିଟି ପିଟି ରକ୍ତାକ୍ତ କରିଛନ୍ତି। ପୀଡ଼ିତାଙ୍କ ଶରୀରରେ ୨୦ରୁ ଊର୍ଦ୍ଧ୍ୱ ଗଭୀର ଚୋଟ ଚିହ୍ନ ଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ରାଜଧାନୀ ଦିଲ୍ଲୀରେ ଘଟିଛି ଲଜ୍ଜାଜନକ ଘଟଣା । ପୋଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପାରସଙ୍କୁ ବାନ୍ଧିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଜଣକ ପଶ୍ଚିମବଙ୍ଗର ଦାର୍ଜିଲିଂ ବାସିନ୍ଦା ହୋଇଥିବା ବେଳେ କାମ ଅନ୍ୱେଷଣରେ ଦିଲ୍ଲୀ ଯାଇଥିଲେ। ସେଠାରେ ସେ ଘରୋଇ ସହାୟିକା ଭାବେ କାମ କରୁଥିବା ବେଳେ ହୋଟେଲରେ ରୋଷେୟା ଭାବେ କାମ କରୁଥିବା ପାରସଙ୍କ ସହ ଚିହ୍ନା ପରିଚୟ ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରାୟ ୪ ମାସ ହେବ ବନ୍ଧୁତା ଆରମ୍ଭ ହୋଇଥିବା ବେଳେ ମାସେ ହେବ ଭଡ଼ା ଘର ନେଇ ସେମାନେ ଏକାଠି ରହୁଥିଲେ। ମାତ୍ର ଏହାପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରାୟ ସପ୍ତାହେ କାଳ ପାରସ ତାଙ୍କ ଉପରେ ପାଶବିକ ଅତ୍ୟାଚାର କରିବା ଆରମ୍ଭ କରିଥିଲେ। ପାରସ ତାଙ୍କୁ ବାରମ୍ବାର ବଳାତ୍କାର କରିବା ସହ ମାରପିଟ କରି ଲହୁଲୁହାଣ କରିବାକୁ ପଛାଉ ନ ଥିଲେ। ଯନ୍ତ୍ରଣା ଅସହ୍ୟ ହେବାରୁ ପୀଡ଼ିତାଜଣକ ପୋଲିସକୁ ଫୋନ୍ କରି ସବୁ କଥା ଜଣାଇଥିଲେ।ପୀଡ଼ିତାଙ୍କୁ ଉଦ୍ଧାର କରି ପୋଲିସ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପାରସଙ୍କୁ ପୋଲିସ ଗିରଫ କରିଛି |






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……