ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଲିଫ୍ଟ ଦେବାକୁ କହି ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଅଭିଯୁକ୍ତ ଯୁବକକୁ କାବୁ କରି ପୋଲିସରେ ଦେଇଛନ୍ତି | ପୀଡ଼ିତା ଯୁବତୀ ଜଣକ ମୈତ୍ରୀ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍ରେ ୱେଟର ଭାବେ କାମ କରନ୍ତି। ମଙ୍ଗଳବାର ରାତିରେ କାମ ସରିବା ପରେ ସେ ଘରକୁ ଫେରିଥିଲେ। ହେଲେ ସେତେବଳକୁ ଭଡ଼ାରେ ରହୁଥିବା ଘରଟି ବନ୍ଦ ହୋଇଯାଇଥିଲା। ତେଣୁ ସେ ଜଣେ ସମ୍ପର୍କୀୟ ଡାକି ରାସ୍ତା ପାର୍ଶ୍ୱରେ ଅପେକ୍ଷା କରିଥିଲେ। ଠିକ୍ ସେହି ସମୟରେ ଗାଡ଼କଣ ଅଞ୍ଚଳର ଜଣେ ଯୁବକ ତାଙ୍କୁ ଲିଫ୍ଟ ଦେବା ପାଇଁ ଡାକିଥିଲା । ରାତି ବଢ଼ୁଥିବାରୁ ଯୁବତୀ ଜଣକ ତାଙ୍କ ସହିତ ଚାଲି ଯାଇଥିଲେ। ହେଲେ ସେ ତାଙ୍କୁ ଏକ ଅଜଣା ସ୍ଥାନକୁ ନେଇ ଯାଇଥିଲା। ପରେ ସେଠାରେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ମାତ୍ର ଯୁବତୀ ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ସେଠାକୁ ଆସି ଅଭିଯୁକ୍ତ ଯୁବକକୁ କାବୁ କରିଥିଲେ। ପରେ ଏନେଇ କମିଶନରେଟ୍ ପୋଲିସ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି |






More Stories
ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ…..
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
‘ଏସ୍ଓପି’ ନ ମାନିଲେ ଦରମା ବନ୍ଦ…..