ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ପୁଣି ଥରେ ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇପାରନ୍ତି ବିରୋଧୀ। ତା’ସହ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଚାଷୀ ଓ ମଣ୍ଡି ସମସ୍ୟା, ପୁରୀ ମାର୍କେଟ କଂପ୍ଲେକସରେ ଅଗ୍ନିକାଣ୍ଡ ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇପାରନ୍ତି ବିରୋଧୀ ଦଳ। ଗ୍ୟାସ୍ ଦରବୃଦ୍ଧି, କେନ୍ଦ୍ର ସରକାର ୫ କିଲୋ ଚାଉଳ କାଟିବା ସହ କେନ୍ଦ୍ର ଅବହେଳାକୁ ମୁଖ୍ୟ ଅସ୍ତ୍ର କରି କାଉଣ୍ଟର କରିପାରନ୍ତି ଶାସକ ଦଳ। ଆଜି ବିଭାଗୀୟ ସ୍ଥାୟୀ କମିଟିର ରିପୋର୍ଟ ଉପସ୍ଥାପନ ହେବ। ଆସନ୍ତା ୧୩ ତାରିଖରୁ ବିଭାଗ ଗୁଡିକର ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ। ମାର୍ଚ୍ଚ ୩୧ରେ ଆସିବ ବ୍ୟୟ ମଞ୍ଜୁରୀ ବିଲ୍।






More Stories
ଆସୁଛି ପଛକୁ ପଛ ୨ ଘୂର୍ଣ୍ଣିବଳୟ…..
ଷ୍ଟାଣ୍ଡିଙ୍ଗ କମିଟି ଗଠନ କଲେ ବାଚସ୍ପତି……
ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା…..