Report Card Odisha

| Daily Odia News

ପୁଣି ଜଣେ ମହିଳାଙ୍କୁ ଉଲଗ୍ନ କରିଦେଲେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦଳିତ ପରିବାର ମହିଳାଙ୍କୁ ଉଲଗ୍ନ କରି ପୁଅକୁ ପିଟିପିଟି ମାରି ଦେଇଛନ୍ତି। ଏଭଳି ନିଶୃସ ଭାବେ ଆକ୍ରମଣ ହୋଇଛି ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ | ସେମାନେ ଦଳିତ ପରିବାର ମହିଳାଙ୍କୁ ଉଲଗ୍ନ କରି ଦେଇଥିବା ବେଳେ ତାଙ୍କ ପୁଅଙ୍କୁ ପିଟିପିଟି ମାରି ଦେଇଛନ୍ତି। ଦଳିତ ମହିଳାଙ୍କ ଝିଅ ମଧ୍ୟ ଆକ୍ରମଣରୁ ରକ୍ଷା ପାଇ ନାହାନ୍ତି। ଆକ୍ରମଣକାରୀମାନେ ତାଙ୍କୁ ମଧ୍ୟ ଅସଦାଚରଣ କରିବା ସହ ମାଡ଼ ମାରିଛନ୍ତି। ପ୍ରାଣ ହରାଇଥିବା ପିଲାଟିର ଭଉଣୀ ୨୦୧୯ରେ ଜଣଙ୍କ ନାଁରେ ଯୌନ ଶୋଷଣର ଅଭିଯୋଗ ଆଣି ପୁଲିସର ଦ୍ୱାରସ୍ଥ ହୋଇଥିଲେ। ସେବେଠାରୁ ଏହି ମାମଲା ଚାଲିଥିବା ବେଳେ ଏବେ ପୀଡ଼ିତାଙ୍କ ଭାଇଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମା’ ମଧ୍ୟ ନିର୍ଯାତନାର ଶିକାର ହୋଇଛନ୍ତି। ୯ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ ୩ ଜଣଙ୍କ ନାଁରେ ଅନୁସୂଚିତ ଜାତି/ଜନଜାତି ଆଇନର ଦଫା ଲାଗିଛି। ୯ ଜଣଙ୍କ ମଧ୍ୟରୁ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଏବେ ବି ଜଣେ ଅଭିଯୁକ୍ତ ଫେରାର ଥିବାଜଣାପଡିଛି |

Breaking News