ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ଗୁଗ୍ଧଜାତ ସେକ୍ଟର୍ରେ ନାରୀମାନେ ହିଁ ହେଉଛନ୍ତି ବାସ୍ତବ ନେତ୍ରୀ | ଆଜି ‘ଇଣ୍ଟର୍ନ୍ୟାସ୍ନାଲ୍ ଡାଇରି ଫେଡେରେସନ୍ ୱାର୍ଲଡ୍ ଡାଇରି ସମିଟ୍’ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି କହିଛନ୍ତି | ଭାରତର ଏଥିରେ କାର୍ଯ୍ୟରତ ଶ୍ରମଜୀବୀଙ୍କ ମଧ୍ୟରୁ ୭୦% ହେଉଛନ୍ତି ନାରୀ ଏବଂ ଦେଶର ଏକ ତୃତୀୟାଂଶ ଦୁଗ୍ଧଜାତ ସମବାୟର ସଦସ୍ୟମାନେ ମଧ୍ୟ ନାରୀ ବୋଲି ସେ କହିଛନ୍ତି। ଭାରତର ଦୁଗ୍ଧଜାତ ସେକ୍ଟର୍ରେ ମହିଳା ଶ୍ରମଜୀବୀଙ୍କ ଅବଦାନ ଉପରେ ଗୁରୁତ୍ବାରୋପ କରିବା ସହିତ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ୨୦୧୪ରେ ଭାରତ ୧୪୬ ନିୟୁତ ଟନ୍ ଦୁଗ୍ଧ ଉତ୍ପାଦନ କରୁଥିଲା। ଏବେ ତାହା ୨୧୦ ନିୟୁତ ଟନ୍କୁ ବୃଦ୍ଧି ପାଇଛି। ଏହାର ଅର୍ଥ ଉତ୍ପାଦନ ୪୪%କୁ ବୃଦ୍ଧି ପାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ଗ୍ରେଟର୍ ନଏଡା ଅନ୍ତର୍ଗତ ‘ଇଣ୍ଡିଆ ଏକ୍ସ୍ପୋ ସେଣ୍ଟର୍ ଆଣ୍ଡ୍ ମାର୍ଟ’ରେ ଆୟୋଜିତ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଭାରତରେ ଚାଲିଥିବା ଡିଜିଟାଲ୍ ରିଭୋଲ୍ୟୁସନ୍ ଦୁଗ୍ଧଜାତ ସେକ୍ଟର୍ରେ ପହଞ୍ଚିଛି ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ବହୁଳ ଉତ୍ପାଦନ ଅପେକ୍ଷା ବହୁ ଲୋକମାନଙ୍କର ଉତ୍ପାଦନ ଭାବେ ଭାରତର ଦୁଗ୍ଧଜାତ ସେକ୍ଟର୍ ସ୍ବୀକୃତ। ଆଜି ୮ କୋଟି ପରିବାର ଦୁଗ୍ଧଜାତ ସେକ୍ଟର୍ରେ କର୍ମସଂସ୍ଥାନ ପାଉଛନ୍ତି। କ୍ଷୁଦ୍ର ଦୁଗ୍ଧ ଚାଷୀଙ୍କ ସମ୍ମିଳିତ ଉଦ୍ୟମ ଯୋଗୁଁ ଭାରତ ଆଜି ବିଶ୍ବରେ ବୃହତ୍ତମ ଦୁଗ୍ଧ ଉତ୍ପାଦନକାରୀ ଦେଶ ହୋଇପାରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଗୋରୁମାନଙ୍କର ‘ଲମ୍ପି ସ୍କିନ୍ ଡିଜିଜ୍’ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରମାନେ ଉଦ୍ୟମ କରୁଥିବା କଥା କହିଛନ୍ତି। ଏଥିପାଇଁ ଭାରତର ବୈଜ୍ଞାନିକମାନେ ସ୍ବଦେଶୀ ଟିକା ପ୍ରସ୍ତୁତ କରିଥିବା କଥା ମଧ୍ୟ ସେ କହିଛନ୍ତି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..