Report Card Odisha

| Daily Odia News

ଏନ୍‌ପିସିଆଇ ସମସ୍ୟା ଥିଲେ ବ୍ୟାଙ୍କ ଯାଆନ୍ତୁ ମହିଳା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଏପର୍ଯ୍ୟନ୍ତ ସାମିଲ ହୋଇପାର ନଥିବା ମହିଳା ଆବେଦନକାରୀଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଅପଡେଟ୍‌ ଦେଇଛନ୍ତି। NPCI ତ୍ରୁଟି ଯୋଗୁଁ ଯୋଜନାରେ ସାମିଲ ହୋଇପାରି ନଥିବା ମହିଳାମାନେ ବ୍ୟାଙ୍କକୁ ଯାଇ ସମସ୍ୟା ଦୂର କରନ୍ତୁ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି ଯେ,NPCI ଜନିତ ସମସ୍ୟା ପାଇଁ ଏପର୍ଯ୍ୟନ୍ତ ୩,୩୧,୦୦୦ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇପାରି ନାହାନ୍ତି। ସୁଭଦ୍ରା ଯୋଜନାରେ ରାଜ୍ୟର ଏକ କୋଟିରୁ ଅଧିକ ମା’ଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏ ପାଞ୍ଚବର୍ଷ ପାଇଁ ପ୍ରଦାନ କରିବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆଜି ସୁଦ୍ଧା ୮୦ ଲକ୍ଷରୁ ଅଧିକ ମହିଳା ହିତାଧିକାରୀ ପ୍ରଥମ କିସ୍ତି ଟଙ୍କା ପାଇ ସାରିଲେଣି। ଅବଶିଷ୍ଟ ଯୋଗ୍ୟ ମହିଳା ହିତାଧିକାରୀ ଆସନ୍ତା କିଛି ଦିନ ମଧ୍ୟରେ ଟଙ୍କା ପାଇଯିବେ। ମାର୍ଚ୍ଚ ୮ ତାରିଖ, ମହିଳା ଦିବସ ଅବସରରେ ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ଦିଆଯିବ। ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ବଡ଼ ଯୋଜନା ‘ସୁଭଦ୍ରା’ ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଶୁଭାରମ୍ଭ ହୋଇଥିଲା। ଏହି ଯୋଜନାରେ ସରକାର ହିତାଧିକାରୀମାନଙ୍କୁ ବାର୍ଷିକ ୧୦୦୦୦ ଟଙ୍କା ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ରାଶି ୨ଟି କିସ୍ତିରେ ଦେବେ। ପ୍ରଥମ କିସ୍ତିରେ ସରକାର ଏପର୍ଯ୍ୟନ୍ତ ୩ଟି ପର୍ଯ୍ୟାରେ ୮୦,୦୦୦ରୁ ଊର୍ଦ୍ଧ୍ବ ହିତାଧିକାରୀମାନଙ୍କୁ ଟଙ୍କା ଦେଇସାରିଛନ୍ତି। ଆସନ୍ତା ମାର୍ଚ୍ଚ ୮ ତାରିଖରେ ଦ୍ବିତୀୟ କିସ୍ତିର ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିସାରିଛନ୍ତି।

Breaking News