ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଜଣେ ଶ୍ରମିକ ୭୦ ଫୁଟ୍ ଗଭୀର ବୋର୍ୱେଲ୍ ଭିତରେ ଫସି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରିରହିଛି | ଏନେଇ ଆଜି ସରକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି । ଶନିବାର ସନ୍ଧ୍ୟା ବେଳେ ଘଟଣାଟି କର୍ତାରପୁର ନିକଟରେ ଘଟିଛି। ବୋର୍ୱେଲ୍ ଭିତରେ ଲାଖି ଯାଇଥିବା ବୋରିଙ୍ଗ୍ ମେସିନ୍ର କିଛି ଅଂଶକୁ ବାହାର କରିବା ଲାଗି ସୁରେଶ ଓ ଅନ୍ୟ ଶ୍ରମିକମାନେ ଉକ୍ତ ବୋର୍ୱେଲ୍ ଭିତରେ ପଶିଥିଲେ। ଅନ୍ୟ ଶ୍ରମିକମାନେ ପଳାଇ ଆସିବାକୁ ସମର୍ଥ ହୋଇଥିବା ବେଳେ ସୁରେଶଙ୍କ ଉପରେ ବାଲି ପଡ଼ିଯିବାରୁ ସେ ବୋର୍ୱେଲ୍ ଭିତରେ ଫସିଯାଇଛନ୍ତି। ସୁରେଶଙ୍କୁ ଉଦ୍ଧାର କରିବା ଲାଗି ଜିଲ୍ଲା ପ୍ରଶାସନ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଅଭିଯାନ ଜାରି ରଖିଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..