Report Card Odisha

| Daily Odia News

ମହିଳାଙ୍କୁ ମିଳିବନି ଭରଣ ପୋଷଣ ଖର୍ଚ୍ଚ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିବାହ ବିଚ୍ଛେଦ ପରେ ଭରଣ ପୋଷଣ ବା ଆଲିମୋନି ପାଇଁ ଆବେଦନ ଉପରେ ବଡ଼ ରାୟ ଶୁଣାଇଛନ୍ତି କୋର୍ଟ । କହିଛନ୍ତି କି ଚାକିରି କରିଥିଲେ ମହିଳା ନିଜ ସ୍ୱାମୀଙ୍କ ନିକଟରୁ ଭରଣ ପୋଷଣ ବା ଆଲିମୋନି ଦାବି କରିପାରିବେ ନାହିଁ । ଜଣେ ଚାକିରିଆ ମହିଳା ଭତ୍ତା ପାଇଁ ଆବେଦନ କରିଥିବା ବେଳେ କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି । ୨୯ ବର୍ଷୀୟ ମହିଳା ଜଣଙ୍କ ଏକ ବହୁ ରାଷ୍ଟ୍ରୀୟ(ଏମଏନସି) କମ୍ପାନୀରେ ସଫ୍ଟୱେୟାର ଇଞ୍ଜିନିୟର ଭାବରେ କାମ କରନ୍ତି । ନିଜ ସ୍ୱାମୀଙ୍କ ଠାରୁ ମାସିକ ୨୫ ହଜାର ଟଙ୍କାର କ୍ଷତିପୂରଣ ଦାବି କରିଥିଲେ । ତେବେ ମହିଳା ଜଣଙ୍କ ସଫ୍ଟୱେୟାର ଇଞ୍ଜିନିୟର ହୋଇଥିବାରୁ ସେ ନିଜର ଖର୍ଚ୍ଚ ନିଜେ ନେଇ ପାରିବେ । ତେଣୁ ଯାଚିକାକୁ ପୁନେ ସିଭିଲ କୋର୍ଟ ତୁରନ୍ତ ଖାରଜ କରି ଦେଇଥିଲେ । ସିଭିଲ୍ ଜଜ୍ ମାଧବୀ ଖାନବେ ନିଜ ନିଷ୍ପତ୍ତିରେ କହିଥିଲେ, ମହିଳା ଜଣଙ୍କ ସଫ୍ଟୱେୟାର ଇଞ୍ଜିନିୟର ଭାବରେ କାମ କରୁଛନ୍ତି । ନିଜର ଜୀବନଶୈଳୀକୁ ଠିକ ଢଙ୍ଗରେ ଚଳାଇବା ନିମନ୍ତେ ତାଙ୍କ ପାଖରେ ଆବଶ୍ୟକ ସଂଶାଧନ ରହିଛି । ଏହା ସହିତ ଏକକାଳୀନ ଭାବରେ ୨୫ ଲକ୍ଷ ଟଙ୍କା ପାଇଁ ମହିଳା ଜଣଙ୍କ ଦାବି କରିଛନ୍ତି । ଏକକାଳୀନ ଅର୍ଥ ଦାବି କରିଥିବାରୁ ମାସିକ ଖର୍ଚ୍ଚର ଦାବି ଅଯୌକ୍ତିକ ବୋଲି କୋର୍ଟ କହିଛନ୍ତି । ମହିଳାଙ୍କ ସ୍ୱାମୀ ସିଆରପିଏଫରେ ଅଧିକାରୀ ଭାବରେ କାମ କରୁଥିବା ବେଳେ ସେ ମଧ୍ୟରେ ଦିଲ୍ଳୀରେ ଛାଡପତ୍ର ମାମଲା ଦାୟର କରିଛନ୍ତି ।

Breaking News