ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାରୁ ଶ୍ରେଷ୍ଠ କ୍ରୀଡ଼ାବିତ୍ ସୃଷ୍ଟି ପାଇଁ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ଭୁବନେଶ୍ବରରେ ଆଉ ଏକ ବିଶ୍ବସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରବିବାର କଳିଙ୍ଗ ଷ୍ଟାଡିୟମ୍େର ଆୟୋଜିତ କଣ୍ଟିନେଣ୍ଟାଲ ବ୍ରୋଞ୍ଜ ଆଥଲେଟିକ୍ ପ୍ରତିଯୋଗିତାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ସରକାର ଉଦ୍ୟମ କରୁଛନ୍ତି। ଆଗାମୀ ଦିନରେ ଓଡ଼ିଶାରେ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିବା ଦିଗରେ କାମ କରୁଛୁ। ତୃଣମୂଳସ୍ତରରେ କ୍ରୀଡ଼ା ପ୍ରତିଭାଙ୍କ ବିକାଶ ପାଇଁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ସମସ୍ତ ବ୍ଲକ୍ରେ ଆଧୁନିକ ଷ୍ଟାଡିୟମ୍ ନିର୍ମାଣ କରାଯାଉଛି। ଏଥିପାଇଁ ୪ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ କରି ଭିତ୍ତିଭୂମି ସୁଦୃଢ଼ କରାଯିବ। ଏଥିସହ ଭୁବନେଶ୍ବରରେ ୧୦୦୦ କୋଟି ଟଙ୍କାର ସ୍ପୋର୍ଟ୍ସ କେମ୍ପ୍ଲକ୍ସ ନିିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।






More Stories
ପୋଲିସ DG ପଦବୀ ପାଇଁ ୩୩ ବରିଷ୍ଠ ଇପିସ ମନୋନୀତ…..
ଡିଜିଟାଲ କ୍ରିଏଟରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ…..
ଅଙ୍ଗନବାଡି଼ କର୍ମୀଙ୍କୁ ମିଳିବ..…