ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚଳିତଥର ଐତିହାସିକ ରେକର୍ଡ ହାସଲ କରିଛି ଭାରତ। ମତଦାନରେ ଭାରତ କରିଛି ଓ୍ୱାର୍ଲ୍ଡ ରେକର୍ଡ।’ ଆସନ୍ତାକାଲି ପ୍ରକାଶ ପାଇବ ଚଳିତ ଲୋକସଭା ନିର୍ବାଚନର ଫଳାଫଳ। ଏଥିପାଇଁ ସକାଳ ୮ଟାରୁ ଭୋଟ୍ ଗଣତି ହେବ। ତେବେ ଭୋଟ୍ ଗଣତି ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ ପ୍ରେସମିଟ୍ କରି ଏଭଳି କିଛି ସୂଚନା ଦେଇଛନ୍ତି। ଚଳିତଥର ମତଦାନରେ ଭାରତ ଐତିହାସିକ ରେକର୍ଡ ହାସଲ କରିଛି। ଭାରତରେ ୬୪୨ ନିୟୁତ ଭୋଟର ଅଛନ୍ତି। ଏହି ସଂଖ୍ୟା ବିଶ୍ୱରେ ଥିବା ୨୭ଟି ଦେଶର ଭୋଟରଙ୍କ ତୁଳନାରେ ପାଞ୍ଚ ଗୁଣ ଅଧିକ। ଚଳିତ ନିର୍ବାଚନରେ ୬୪ କୋଟିରୁ ଅଧିକ ଲୋକ ଭୋଟ୍ ଦେଇଛନ୍ତି। ଏହି ନିର୍ବାଚନରେ ଭାରତ ବିଶ୍ୱ ରେକର୍ଡ ସୃଷ୍ଟି କରିଛି ବୋଲି ବୋଲି ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର କହିଛନ୍ତି।






More Stories
‘ମୋ ଉପରେ ଆକ୍ରମଣ ହେଲେ ମୁଁ ସାରାଦେଶକୁ ହଲାଇ ଦେବି’……
ମନ୍ଦିରରେ ଧ୍ଵଜା ଉଡ଼ାଇଲେ ପ୍ରଧାନମନ୍ତ୍ରୀ ମୋଦୀ…..
ନରେନ୍ଦ୍ର ଯାଦବ ହେଲେ କାମଚଳା ବାଚସ୍ପତି……