ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ନିର୍ବାଚନ ଶେଷ ହେବାପରେ ଅମୁଲ କ୍ଷୀର ମହଙ୍ଗା ହୋଇଛି। ଗୁଜୁରାଟ କୋଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ୍ (ଜିସିଏମ୍ଏମ୍ଏଫ୍) କହିଛି ଯେ ଦୁଗ୍ଧର ଉତ୍ପାଦନ ତଥା ଉତ୍ପାଦନର ସାମଗ୍ରିକ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ସୋମବାର ଠାରୁ ସମସ୍ତ ପ୍ରକାରର ଅମୂଲ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ଏହା ସହିତ ଦେଶର ସମସ୍ତ ବଜାରରେ ଅମୁଲ ଦୁଗ୍ଧ ପାଉଚର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଛି। ଦର ବୃଦ୍ଧି ସହିତ ୫୦୦ ମିଲି ଅମୁଲ ଦୁଗ୍ଧ, ୫୦୦ ମିଲି ଅମୁଲ ଗୋଲ୍ଡ ଦୁଗ୍ଧ ଏବଂ ୫୦୦ ମିଲି ଅମୁଲ ଶକ୍ତି ଦୁଗ୍ଧର ସଂଶୋଧିତ ମୂଲ୍ୟ ଯଥାକ୍ରମେ ୩୬, ୩୩ ଟଙ୍କା ଏବଂ ୩୦ ଟଙ୍କା ହୋଇଛି। ଜିସିଏମଏମଏଫ କହିଛି ଲିଟର ପିଛା ୨ ଟଙ୍କା ବୃଦ୍ଧି ଯୋଗୁ ଏମଆରପିରେ ୩ରୁ ୪ ପ୍ରତିଶତ ବୃଦ୍ଧି ଘଟିଛି । ଯାହା ହାରାହାରି ଖାଦ୍ୟ ମୁଦ୍ରାସ୍ଫୀତି ଠାରୁ ବହୁତ କମ୍ ଅଟେ।ସୂଚନାଯୋଗ୍ୟ, ଫେବୃଆରୀ ୨୦୨୩ ଠାରୁ ଅମୁଲ ପ୍ରମୁଖ ବଜାରରେ ତାଜା ପାଉଚ୍ କ୍ଷୀରର ମୂଲ୍ୟ ବୃଦ୍ଧି କରି ନାହିଁ। କ୍ଷୀର ଉତ୍ପାଦନ ଏବଂ ଉତ୍ପାଦନର ସାମଗ୍ରିକ ମୂଲ୍ୟ ବୃଦ୍ଧି ଯୋଗୁ ମୂଲ୍ୟ ବୃଦ୍ଧି କରାଯାଇଛି ।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..