Report Card Odisha

| Daily Odia News

୨ ଦିନିଆ ବିଶ୍ବ ଜଳ ସମ୍ମିଳନୀ…..

ରିପୋର୍ଟ କାର୍ଡ / ପୁରୀ

ଆଜିଠାରୁ ପୁରୀରେ ଦୁଇଦିନିଆ ବିଶ୍ୱ ଜଳ ସମ୍ମିଳନୀ ଅନୁଷ୍ଠିତ ହେବ। ବିଶିଷ୍ଟ ପରିବେଶବିତ୍‌ ତଥା ଜଳପୁରୁଷ ରାଜେନ୍ଦ୍ର ସିଂହଙ୍କ ସମେତ ବିଭିନ୍ନ ରାଜ୍ୟରୁ ଶତାଧିକ ପ୍ରତିନିଧି ଏଥିରେ ଯୋଗଦେବେ। ଦେଶର ଜଳ ସମସ୍ୟା ସମ୍ପର୍କରେ ସମ୍ମିଳନୀରେ ଆଲୋଚନା କରାଯିବ। ଲୋକ ସେବକ ମଣ୍ଡଳ ଓଡ଼ିଶା ଶାଖା ଏବଂ ପିଡବ୍ଲ୍ୟୁସିଡିଏଫ୍‌ ପକ୍ଷରୁ ମିଳିତ ଭାବେ ଜଳ ସମ୍ମିଳନୀ ଆୟୋଜନ କରାଯାଉଛି । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ଜଳ ସମ୍ମିଳନୀ ଅନୁଷ୍ଠିତ ହେଉଛି । ଓଡ଼ିଶାର ଜଳ ସମସ୍ୟା ଏବଂ ବିଭିନ୍ନ ନଦୀର ସ୍ଥିତି ସମ୍ପର୍କରେ ସେଥିରେ ଆଲୋଚନା କରାଯିବ। ଏହା ପୂର୍ବରୁ ମହାନଦୀର ଜଳ ବିବାଦ ସମ୍ପର୍କରେ ମଧ୍ୟ ବିଶଦ୍‌ ଭାବରେ ଆଲୋଚନା କରାଯାଇ ଏ ନେଇ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯିବା ସହ ଆଗାମୀ ଦିନରେ ତାହାକୁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ଶ୍ରୀ ସିଂହଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ମହାନଦୀ ଜନଆୟୋଗ ଗଠନ କରାଯାଇଛି।

 

Breaking News