ରିପୋର୍ଟ କାର୍ଡ / ବାଲେଶ୍ୱର
ଟିଟାନାସ ଇଂଜେକସନ୍ ବଦଳରେ ରୋଗୀକୁ ଦେଲେ କାମୁଡା ଇଂଜେକସନ୍ । ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ନୀଳଗିରି ଉପଖଣ୍ଡ ହସ୍ପିଟାଲରେ | ଔପଦା ବ୍ଲକ ଅଧିନ ବାଉଁଶବଣିଆ ପଞ୍ଚାୟତ ଛୋଟ କାନପୁର ଗଣେଶ୍ୱର ସେଠି ଙ୍କ ୧୨ ବର୍ଷୀୟ ପୁଅ ହାତ କାଟିଯାଇଥିଲା | ଲୋକେ ହସ୍ପିଟାଲ ଆସି ଟିକେଟ କାଟି ପୁଅକୁ ଡାକ୍ତର ଙ୍କୁ ଦେଖାଇଥିଲେ । ହେଲେ ଫାର୍ମାସିଷ୍ଟ ଜଣଙ୍କ ଟିଟାନାସ ନଦେଇ କୁକୁର କାମୁଡା ଇଂଜେକସନ୍ ଦେଇଥିବା ଜଣାପଡ଼ିଛି । ପରେ ଭୁଲ ବୁଝି ତାଙ୍କ ଠାରୁ ପୁରୁଣା ପ୍ରେସକ୍ରିପସନ ଛଡାଇ ନେଇ ନୂଆ କାଟି ପୁଣି ପ୍ରେସକିପସନ କରି ଥିଲେ । ଭୁଲ ଇଞ୍ଜେକସନ୍ ଦିଆ ଯାଇଥିବା ଜାଣିବା ପରେ ପରିବାର ଲୋକେ ହୋହଲ୍ଲା କରିଥିଲେ । ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଲାଗି ରହିଛି ।






More Stories
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..