ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି ରଙ୍ଗ ରୁଟରେ ଗାଡ଼ି ଚଳାଇବା ମହଙ୍ଗା ପଡ଼ିବ | ତେବେ ଅନେକ ଗାଡ଼ି ଚାଳକଙ୍କର ରୁଙ୍ଗ ରୁଟରେ ଡ୍ରାଇଭିଂ କରିବାର ଅଭ୍ୟାସ ଥାଏ । ରଙ୍ଗ ରୁଟରେ ଗାଡ଼ି ଚଳାଉଥିବା ସମୟରେ ଧରାପଡ଼ିଲେ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ହୋଇପାରେ । ଗତ କିଛିଦିନ ଧରି ଟ୍ରାଫିକ ଯାଞ୍ଚ ଶିଥିଳ ପଡ଼ିଯାଇଥିବା ବେଳେ ଏବେ ପୁଣି କଡ଼ାକଡ଼ି ହେବାକୁ ଯାଉଛି । ବର୍ତ୍ତମାନ କିଛିଦିନ ପାଇଁ ଜନସାଧାରଣଙ୍କୁ ଟ୍ରାଫିକ ନିୟମ ବିଷୟରେ ସଚେତନ କରାଯିବ । ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ପାଞ୍ଚଶହ ଟଙ୍କା ଜରିମାନା ଆଦାୟ କରି ଛାଡ଼ି ଦିଆଯିବ । ପରେ ଗାଡ଼ି ମାଲିକଙ୍କ ନାମରେ ମାମଲା ରୁଜୁ କରି କୋର୍ଟକୁ କାଗଜପତ୍ର ପଠାଯିବ । ତା’ପରେ ମାଲିକମାନେ କୋର୍ଟରେ ହାଜର ହୋଇ ନିଜର ଗାଡ଼ି ମୁକୁଳାଇବେ ଓ ଜେଲ୍ ମଧ୍ୟ ଯାଇ ପାରନ୍ତି । ରାଜଧାନୀ ଭୁବନେଶ୍ୱରରେ ବାଇକ୍ ଆରୋହୀମାନେ ସର୍ଟକଟ୍ ପାଇଁ ରଙ୍ଗରୁଟକୁ ଆଦରି ନେଉଛନ୍ତି । ତେବେ ଏହାଦ୍ୱାରା ବହୁତ ଦୁର୍ଘଟଣା ଘଟୁଥିବାର ଦେଖାଯାଉଛି । ତେବେ ପୂର୍ବରୁ ରାଜଧାନୀରେ ୧୦୦ରୁ ଅଧିକ ରଙ୍ଗ ରୁଟ ସାଇଟ୍ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ ୧୫ଟି ଅତିସମ୍ବେଦନଶୀଳ ସ୍ଥାନରେ ସ୍ପାଇକ୍ ବ୍ୟାରିୟର ଲଗାଇବାକୁ ଯୋଜନା ମଧ୍ୟ ହୋଇଥିଲା । ତେବେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଖୁବଶୀଘ୍ର ରାଜଧାନୀରେ ସ୍ପାଇକ୍ ବ୍ୟାରିୟର ଲାଗିବ ବୋଲି ଟ୍ରାଫିକ୍ ଡିସିପି କହିଛନ୍ତି ।






More Stories
ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ…..
ରାଜ୍ୟର ବର୍ଷା ବିତ୍ପାତ ସମୀକ୍ଷା:୬ ଜିଲ୍ଲାର ୪୪ ବ୍ଲକ ପ୍ରଭାବିତ,୪ ମୃତ…..
ପ୍ରକାଶ ପାଇଲା ସମ୍ବଲପୁର,ପୁରୀ ମେୟର ପଦର ସଂରକ୍ଷଣ ଚିଠା…..