ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମ୍ୟାଁମାରର ଉତ୍ତରାଞ୍ଚଳରେ ଅବସ୍ଥିତ ଏକ ରତ୍ନପଥର ଖଣିରେ ଅତଡ଼ା ଧସି ପ୍ରାୟ ୧୦୦ ଶ୍ରମିକ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। କାଚିନ୍ ପ୍ରଦେଶର ହାପକାନ୍ତ ଖଣିରେ ବୁଧବାର ଭୋର୍ ୪ଟାରେ ଏହି ଦୁର୍ଘଟଣା ଘଟିଛି। ଆହତାବସ୍ଥାରେ ୨୫ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଦ୍ଧାର ଓ ସହାୟତା କାର୍ଯ୍ୟରେ ୨୦୦ରୁ ଅଧିକ ବିଶେଷଜ୍ଞ ନିୟୋଜିତ ଅଛନ୍ତି। ନିକଟସ୍ଥ ହ୍ରଦରେ ମଧ୍ୟ ସନ୍ଧାନ ଅଭିଯାନ ଜାରି ରହିଛି। ଗତ ବର୍ଷ ଏହି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଘଟିଥିବା ସମାନ ଧରଣର ଦୁର୍ଘଟଣାରେ ୩୦୦ ଖଣି ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..