ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍ ୟେଦିୟୁରପ୍ପାଙ୍କ ନାତୁଣୀ ସୌନ୍ଦର୍ଯ୍ୟାଙ୍କ ମୃତ ଦେହ ଝୁଲନ୍ତା ବସ୍ଥାରେ ପୋଲିସ ଉଦ୍ଧାର କରିଛି | ଜଣେ ଡାକ୍ତର ଭାବେ ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଥିବା ୟେଦିୟୁରପ୍ପାଙ୍କ ନାତୁଣୀ ସୌନ୍ଦର୍ଯ୍ୟାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ଆପାର୍ଟମେଣ୍ଟରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏବେ ସୌନ୍ଦର୍ଯ୍ୟାଙ୍କ ଶବର ବ୍ୟବଚ୍ଛେଦ ବୋରିଙ୍ଗ ଏବଂ ଲେଡି କର୍ଜୋନ ଡାକ୍ତରଖାନାରେ ଚାଲିଥିବା ୟେଦିୟୁରପ୍ପାଙ୍କ କାର୍ଯ୍ୟାଳୟ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ପୋଲିସ ସୂଚନା ଅନୁଯାୟୀ, ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଏହି ୩୦ ବର୍ଷୀୟା ଡାକ୍ତର ସୌନ୍ଦର୍ଯ୍ୟାଙ୍କ ଦ୍ୱାରା ନିଆଯାଇଥିବା ଚରମ ପଦକ୍ଷେପ ପଛର କାରଣ ତୁରନ୍ତ ଜଣାପଡିନାହିଁ। ବିଜେପି ନେତା ୟେଦିୟୁରପ୍ପାଙ୍କ ଦ୍ୱିତୀୟ ଝିଅ ପଦ୍ମାବତୀଙ୍କ ଝିଅ ସୌନ୍ଦର୍ଯ୍ୟା ୨୦୧୮ରେ ସେହି ଏକା ଡାକ୍ତରଖାନାରେ କାମ କରୁଥିବା ଡକ୍ଟର ନୀରଜ ଏସଙ୍କୁ ବିବାହ କରିଥିଲେ ବୋଲି ପୋଲିସ କହିଛି। ଶୁକ୍ରବାର ସକାଳେ ନୀରଜ ପ୍ରାୟ ୮ଟା ସମୟରେ ଡ୍ୟୁଟି ପାଇଁ ଡାକ୍ତରଖାନାକୁ ଚାଲିଯିବା ପରେ ସୌନ୍ଦର୍ଯ୍ୟା ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ଯେତେବେଳେ ତାଙ୍କ ଘରେ କାମ କରୁଥିବା ଚାକରାଣୀ ଘରକୁ ଆସି ବାରମ୍ବାର କବାଟ ବାଡେଇଲା କିନ୍ତୁ କବାଟ ଖୋଲି ନଥିଲା, ସେତେବେଳେ ଏହି ମାମଲା ସାମ୍ନାକୁ ଆସଥିିଲା। ପରେ ଚାକରାଣୀ ଜଣକ ଘଟଣା ସଂପର୍କରେ ଡକ୍ଟର ନୀରଜଙ୍କୁ ଜଣାଇଥିଲେ। ପରେ କବାଟକୁ ଭଙ୍ଗାଯାଇ ସୌନ୍ଦର୍ଯ୍ୟାଙ୍କ ମୃତଦେହକୁ ଉଦ୍ଧାର କରାଯିବା ସହ ବୋରିଙ୍ଗ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡିଛି |






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….