ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶରେ ବିଧାନମଭା ନିର୍ବାଚନ ପୂର୍ବରୁ ଆକ୍ସନ ମୋଡ଼ରେ ଯୋଗୀ ସରକାର | ଆଜି ୧୨ ଆଇଏଏସ ଅଫିସରଙ୍କୁ ବଦଳି କରାଯାଇ ଥିବା ବେଳେ ୫ ଜିଲ୍ଲାର ଡିଏମଙ୍କୁ ବଦଳି କରାଯାଇଛି । ଯେଉଁଥିରେ ମଉ, ଆଜମଗଡ଼, ବଲିଆ, ଶାହାଜାହାନପୁର, ଅମେଠି ସାମିଲ ରହିଛି । ଏହା ସହିତ ଅଯୋଧ୍ୟାର କମିଶନରଙ୍କର ବି ଟ୍ରାନ୍ସଫର ହୋଇଛି । ତେବେ ଏହି ବଦଳିରେ ସବୁଠାରୁ ବଡ଼ ନାଁ ନବଦୀପ ରିନ୍ୱାଙ୍କର ରହିଛି । ତାଙ୍କୁ ଅଯୋଧ୍ୟାର କମିଶନର ଭାବେ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ଅଯୋଧ୍ୟାର କମିଶନର ଏମପି ଅଗ୍ରୱାଲଙ୍କୁ ହଟାଯାଇଛି । ଅଯୋଧଶରେ ଜମି ବିକ୍ରିରେ ତାଙ୍କ ନାଁ ଆସିଥିଲା । ଡିଜିପି ଅଫିସରେ ଗୁରୁବାର ଦିନ ୪ ପିପିଏସ ଅଫିସରଙ୍କ ବଦଳି ପାଇଁ ନିର୍ଦ୍ଦେଶ ଜାରି ହୋଇଛି ।






More Stories
ନିର୍ବାଚନରେ ଜିତିଲେ ଦିଦି;ଭାଜପା ଚିତ୍ପଟାଙ୍ଗ…..
ରାମମନ୍ଦିର ଦାନ ଅର୍ଥ ଆତ୍ମସାତ୍ ମାମଲା;ଚମ୍ପତ ରାୟ,ଅନିଲ ମିଶ୍ର ଦୋଷମୁକ୍ତ…..
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..