Report Card Odisha

| Daily Odia News

ତାଲିବାନକୁ କଡା ଚେତାବନୀ ଦେଲେ ଯୋଗୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନକୁ ବନ୍ଧୁକ ମୁନରେ ଦଖଲକରି ପ୍ରତିଦିନ ବର୍ବର କାଣ୍ଡ ଭିଯାଉଛି ତାଲିବାନ | ଏହି ଆତଙ୍କି ଗୋଷ୍ଠୀଙ୍କୁ ଚେତାବନୀ ଶୁଣାଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏକ ସାମାଜିକ ସମ୍ମିଳନୀରେ ଉଦବୋଧନ ଦେଇ ଯୋଗୀ କହିଛନ୍ତି, ତାଲିବାନ ଆତଙ୍କି ଗୋଷ୍ଠୀ ଯଦି ଭାରତ ଆଡକୁ ଅଗ୍ରସର ହୁଅନ୍ତି, ତେବେ ସେମାନଙ୍କ ଉପରେ ବିମାନ ଆକ୍ରମଣ ପୂର୍ଣ୍ଣ ପ୍ରସ୍ତୁତ ରହିଛି । ସେ ଏହା ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ଏବଂ ଆଫଗାନିସ୍ତାନ ତାଲିବାନକୁ ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ପ୍ରତି କୌଣସି ରାଷ୍ଟ୍ର ନଜର ଉଠାଇ ଦେଖିବାର ଦୁଃସାହସ କରିବେ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇ କହିଥିଲେ । ଯୋଗୀ କହିଥିଲେ, ସଂପ୍ରତି ପ୍ରଧାମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ରାଷ୍ଟ୍ର ଶକ୍ତିଶାଳୀ ହୋଇଛି । କୌଣସି ରାଷ୍ଟ୍ର ଭାରତ ଆଡକୁ ନଜର ଉଠାଇ ଦେଖିବାର ଦୁଃସାହସ କରିପାରିବେ ନାହିଁ । ଅନ୍ୟପକ୍ଷରେ ତାଲିବାନ ପାଇଁ ପାକିସ୍ତାନ ଓ ଆଫଗାନିସ୍ତାନରେ ଗଣ୍ଡଗୋଳିଆ ପରିସ୍ଥିତି ଲାଗିରହିଛି । ତାଲିବାନ ଏହା ମଧ୍ୟ ଜାଣିଛି ଯେ, ଏହା ଯଦି ଭାରତ ଆଡକୁ ଅଗ୍ରସର ହୁଏ ତେବେ ସେଥିପାଇଁ ବିମାନ ଆକ୍ରମଣ ପ୍ରସ୍ତୁତ ହୋଇ ରହିଛି । ଗତ ମାସରେ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ତାଲିବାନକୁ ସମର୍ଥନ କରିବା ଅର୍ଥ ତାହା ଭାରତ ବିରୋଧୀ, ମାନବିକତାର ବିରୋଧୀ, ମହିଳା ବିରୋଧୀ ଏବଂ ଶିଶୁ ବିରୋଧୀ କାର୍ଯ୍ୟ । ଏହି ଆତଙ୍କି ଗୋଷ୍ଠୀର ଅନୁକମ୍ପା ପ୍ରଦର୍ଶନକାରୀଙ୍କ ପ୍ରତି ଆକ୍ଷେପ କରି ସେ କହିଥିଲେ, ଯେ କିଛି ଶକ୍ତି ଭାରତର ବିକାଶ ଚାହୁଁନାହାନ୍ତି । ଏହିଭଳି ଶକ୍ତିଗୁଡିକ ପ୍ରତି ଆମକୁ ସତର୍କ ରହିବାକୁ ପଡିବ ।

Breaking News