Report Card Odisha

| Daily Odia News

ବୁଲଡୋଜର ଟିପ୍ପଣୀକୁ ନେଇ ଯୋଗୀ-ଅଖିଳେଶ ମୁହାଁମୁହିଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେବଳ ଅଭିଯୁକ୍ତ କାହିଁକି ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଘରେ ମଧ୍ୟ ବୁଲଡୋଜର ଚଲାଯାଇ ପାରିବ ନାହିଁ ସୁପ୍ରିମକୋର୍ଟ ସୋମବାର ଟିପ୍ପଣୀ ଦେବା ପରେ ଏହି ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ମଧ୍ୟ‌ରେ ଆଜି ବିବାଦୀୟ ବୁଲଡୋଜର ବ୍ୟବହାରକୁ ନେଇ ତୀବ୍ର କଥା କଟାକଟି ହୋଇଛି। ଅଖିଳେଶ ଯାଦବ ଆଜି ସମାଜବାଦୀ ପାର୍ଟି ଅଫିସରେ ଦଳୀୟ କର୍ମୀମାନଙ୍କୁ ଟିପ୍ପଣୀ ଦେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ‌ବୈଧତା ସଂକ୍ରାନ୍ତ‌ରେ ପ୍ରଶ୍ନ କରିଛନ୍ତି। ଅଖିଳେଶ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବାସଭବନର ମ୍ୟାପ୍‌କୁ କ’ଣ ସ୍ବୀକୃତି ମିଳିଛି? ସେମାନେ ବ୍ୟକ୍ତିଗତ ଫାଇଦା‌ ପାଇଁ ବୁଲଡୋଜର ବ୍ୟବହାର କରୁଛନ୍ତି। ବୁଲଡୋଜରର ମସ୍ତିଷ୍କ ନାହିଁ,ଏହା କେବଳ ଏକ ଷ୍ଟିୟରିଂ ହ୍ବିଲ୍‌। ଯାଦବ ଏହି କ୍ରମରେ କହିଥିଲେ ଯେ ୨୦୨୭ ନିର୍ବାଚନ ପରେ ଥରେ ସମାଜବାଦୀ ପାର୍ଟି କ୍ଷମତାକୁ ଆସିଗଲେ ବୁଲଡୋଜର ଯୋଗୀ ଆଦିତ୍ୟନାଥଙ୍କ ଗଡ଼ ଗୋରଖପୁର ଯିବ। ସମସ୍ତ ବୁଲଡୋଜର ଗୋରଖପୁର ଯିବ ବୋଲି ସେ କହିଛନ୍ତି। ଯାଦବ କହିଛନ୍ତି, ବିରୋଧୀଙ୍କୁ ଚାପିବାପାଇଁ ଏବଂ ନିରୀହ ଲୋକଙ୍କ ଘରକୁ ଟାର୍ଗେଟ୍‌ କରିବାପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ବୁଲଡୋଜର ବ୍ୟବହାର କରୁଛନ୍ତି। ତେବେ ଯାଦବଙ୍କ ଏହି ଟିପ୍ପଣୀ ଉପରେ ଯୋଗୀ ଅଦିତ୍ୟନାଥ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ଯୋଗୀ କହିଛନ୍ତି, ବୁ‌ଲଡୋଜର ଚଢ଼ାଇବା ପାଇଁ ସମସ୍ତଙ୍କର ସାହସ କିମ୍ବା ଦକ୍ଷତା ନଥାଏ। ସେ କହିଛନ୍ତି, ବୁଲଡୋଜର ଚଲାଇବାପାଇଁ ଉଭୟ ହୃଦୟ ଏବଂ ମସ୍ତିଷ୍କର ଆବଶ୍ୟକତା ଅଛି। ଯୋଗୀ କହିଛନ୍ତି, କେବଳ ପ୍ରତିବଦ୍ଧତା ଥିଲେ ଜଣେ ଏହି କାର୍ଯ୍ୟ କରିପାରିବେ। ଯୋଗୀ କହିଛନ୍ତି, ଆଜି ଏହି ଲୋକମାନେ ନୂଆ ଢଙ୍ଗରେ ଲୋକମାନଙ୍କୁ ଭୁଲ୍‌ ବାଟରେ ପରିଚାଳିତ କରୁଛନ୍ତି। ତେବେ ସମସ୍ତେ ବୁଲଡୋଜର ଚଲାଇ ପାରିବେନି। ଏଥିପାଇଁ ଉଭୟ ଦିଲ୍‌ ଏବଂ ଦିମାଗ୍‌ ଦରକାର। ଯେଉଁମାନେ ଦଙ୍ଗାକାରୀଙ୍କ ପଛରେ ଗୋଡ଼ାନ୍ତି ସେମାନେ କେବେ ବି ବୁଲଡୋଜର ଆଗରେ ଠିଆ ହୋଇପାରିବେନି ବୋଲି ଯୋଗୀ କହିଛନ୍ତି। ଅନ୍ୟପକ୍ଷେ ସମାଜବାଦୀ ପାର୍ଟିର ଏହି ବୁଲଡୋଜର ଧମକ ଠାରୁ କଂଗ୍ରେସ ଦଳ ଦୂରେଇ ରହିଛି।

Breaking News