ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜଧାନୀ ଭୁବନେଶ୍ବରର ମୈତ୍ରୀ ବିହାର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ସକାଳେ ଆକାଶ ସିଂହ ନାମକ ଜଣେ ଯୁବକଙ୍କୁ ହାଣି ଯୁବତୀଙ୍କୁ ଅପହରଣ ଅଭିଯୋଗ ହୋଇଛି। ଯୁବକ ଆକାଶ ସିଂହଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଜଧାନୀର ମୈତ୍ରୀ ବିହାରରେ ୪ଜଣ ଯୁବକ ଆକାଶ ସିଂହଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏହାପରେ ସାଙ୍ଗରେ ଥିବା ତାଙ୍କର ବାନ୍ଧବୀଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କୁ ଅପହରଣ କରି ନେଇଥିବା ଚାରି ଯୁବକ ଏବେ ଆକାଶଙ୍କ ଫୋନକୁ କଲ୍ କରି ଯୁବତୀଙ୍କୁ ଛାଡ଼ିବା ପାଇଁ ଟଙ୍କା ଦାବି କରିଥିବା କୁହାଯାଉଛି। ସୂଚନା ଅନୁଯାୟୀ,ରାଜଧାନୀର ମୈତ୍ରୀ ବିହାରରେ ୪ଜଣ ଯୁବକ ଆକାଶ ସିଂହଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏହାପରେ ସାଙ୍ଗରେ ଥିବା ତାଙ୍କର ବାନ୍ଧବୀଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କୁ ଅପହରଣ କରି ନେଇଥିବା ଚାରି ଯୁବକ ଏବେ ଆକାଶଙ୍କ ଫୋନକୁ କଲ୍ କରି ଯୁବତୀଙ୍କୁ ଛାଡ଼ିବା ପାଇଁ ଟଙ୍କା ଦାବି କରିଥିବା କୁହାଯାଉଛି। ତେଣେ ଯୁବତୀଙ୍କୁ ଉଦ୍ଧାର ପାଇଁ କମିଶନରେଟ୍ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ପୋଲିସ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ପ୍ରୟାସ କରୁଛି।






More Stories
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..
ରୋଷେୟାର ତଣ୍ଟି କାଟିଦେଲା ହେଲପର…..