Report Card Odisha

| Daily Odia News

ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ…..

an Indian or Asian person laying dead with outstretched hand during COVID-19 or corona virus outbreak

ରିପୋର୍ଟ କାର୍ଡ / କାଲିମେଳା

ମାଲକାନଗିରି ଜିଲ୍ଲା କାଲିମେଳା ଥାନା ତାଟିଗୁଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ ଘଟିଛି। ମୃତକ ତାଟିଗୁଡା ଗାଁର ଭୀମା ସୋଡ଼ୀ ବୋଲି ଜଣାପଡିଛି। ସୂଚନା ମୂତାବକ ତାଟିଗୁଡା ଗାଁର ଇର୍ମା ସୋଡ଼ୀ ଙ୍କ ମୃତ୍ୟୁ ପରେ ତାଙ୍କର ଦୁଇ ପୁଅ ବଡ ଭାଇ ମାଡା ଏବଂ ସାନ ଭାଇ ଭୀମାଙ୍କ ମଧ୍ୟରେ ଜମିଜମା ବିବାଦକୁ କେନ୍ଦ୍ର କରି ଶତ୍ରୁତା ଲାଗି ରହୁଥିଲା। ଏଥିପାଇଁ ଦୁଇ ଭାଇଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ଲାଗି ରହୁଥିଲା। ବର୍ତ୍ତମାନ ବାଦାମ ଚାଷ କୁ ନେଇ ଦୁଇ ଭାଇଙ୍କ ମଧରେ ମତାନ୍ତର ହେବାରୁ ବଚସା ହୋଇଥିଲା। ଗତ ରାତିରେ ଭୀମା ନିଜ ଜମିରେ ଥିବା କୁଡିଆ ଭିତରେ ଶୋଇଥିବା ସମୟରେ ମାଡା ସେଠାରେ ପହଁଚି ଟାଙ୍ଗିଆ ସାହାଯ୍ୟରେ ଭୀମା କୁ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡିଛି । ହତ୍ୟାକାଣ୍ଡ ପରେ ମାଡା ନିଜ ଘରେ ଯାଇ ରହିଥିଲା । ଗୋଟିଏ ଦିନ ପରେ ହତ୍ୟାକାଣ୍ଡ ସମ୍ପର୍କରେ ଘର ଲୋକ ଜାଣି ପୋଲିସ କୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବଡ ଭାଇକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ହତ୍ୟାକାଣ୍ଡ ରେ ବ୍ୟବହୃତ ଟାଙ୍ଗିଆକୁ ମଧ୍ୟ ଜବତ କରିଛି ।

Breaking News