ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ -ୟୁକ୍ରେନ ଯୁଦ୍ଧ କୁ ଆଜି ୧ ଦିନ ପୁରିଛି | ୟୁକ୍ରେନ୍ ଉପରେ ଚଳାଇଥିବା ଆକ୍ରମଣ ବନ୍ଦ କରିବା ଲାଗି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କୁ ପ୍ରବର୍ତ୍ତାଇବା ପାଇଁ ଶନିବାର ଦିନ ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀ ଡିମିତ୍ରୋ କୁଲେବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିଛନ୍ତି। ଭାରତ ଓ ରୁଷ୍ ମଧ୍ୟରେ ଥିବା ବିଶେଷ ସମ୍ପର୍କକୁ ଦର୍ଶାଇ ଗଣମାଧ୍ୟମକୁ କୁଲେବା କହିଛନ୍ତି, ଭାରତ ସହିତ ବିଶେଷ ସମ୍ପର୍କ ଥିବା ସମସ୍ତ ଦେଶ ରାଷ୍ଟ୍ରପତି ପୁଟିନ୍ଙ୍କୁ ନିବେଦନ କରିପାରିବେ। ଏ ଯୁଦ୍ଧ ସମସ୍ତଙ୍କ ସ୍ବାର୍ଥକୁ ପ୍ରଭାବିତ କରୁଛି ବୋଲି ବୁଝାଇ ରାଷ୍ଟ୍ରପତି ପୁଟିନ୍ଙ୍କୁ ପ୍ରବର୍ତ୍ତାଇବାକୁ ଉଦ୍ୟମ କରିବା ଲାଗି ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରୁଛୁ। ସୂଚନାଯୋଗ୍ୟ, ଫେବ୍ରୁଆରି ୨୪ରେ ରୁଷ୍ ୟୁକ୍ରେନ୍ ଆକ୍ରମଣ କରିବା ପର ଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ପୁଟିନ୍ ୨ ଥର କଥାବାର୍ତ୍ତା ହୋଇଛନ୍ତି। ପ୍ରଥମ କଥାବାର୍ତ୍ତା ସମୟରେ ହିଂସା ପରିହାର କରି କୂଟନୈତିକ ବୁଝାମଣା କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ପୁଟିନ୍ଙ୍କୁ ନିବେଦନ କରିଥିଲେ। ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ଭାରକୁ ରପ୍ତାନି ସମେତ ଏହି ଆକ୍ରମଣ ବୈଶ୍ବିକ କୃଷି ବଜାରକୁ ପ୍ରଭାବିତ କରୁଛି। ସେ କହିଛନ୍ତି, ଆମକୁ ଦେଖିବାକୁ ପଡ଼ିବ ଯେ, ୟୁକ୍ରେନୀୟ କୃଷିଜାତ ଉତ୍ପାଦର ଅନ୍ୟତମ ବଡ଼ ଗ୍ରାହକ ହେଉଛି ଭାରତ। ଯଦି ଯୁଦ୍ଧ ଲାଗି ରହିବ, ତେବେ ମଞ୍ଜି ବୁଣି ନୂଆ ଫସଲ ଅମଳ କରିବା ଆମ ପାଇଁ କଷ୍ଟକର ହୋଇପଡ଼ିବ। ବୈଶ୍ବିକ ଖାଦ୍ୟ ନିରାପତ୍ତା ଏବଂ ଭାରତୀୟ ଖାଦ୍ୟ ନିରାପତ୍ତା କଥା ବିଚାରକୁ ନେଇ ଯୁଦ୍ଧ ବନ୍ଦ କରିବା ହିଁ ସର୍ବୋତ୍ତମ ବୁଦ୍ଧିମତା।
କୁଲେବା ଆହୁରି ମଧ୍ୟ କହିଛନ୍ତି, ଭାରତରେ ଥିବା ରୁଷୀୟ ଦୂତାବାସ ଉପରେ ମଧ୍ୟ ସାଧାରଣ ଭାରତୀୟମାନେ ଚାପ ପକାଇ ଯୁଦ୍ଧ ବନ୍ଦ ପାଇଁ ଦାବି କରିପାରିବେ। ୟୁକ୍ରେନ୍ ଯୁଦ୍ଧ ଚାହେଁନାହିଁ।





More Stories
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……
ଏକା ପାରିବେନି କଳିକେଶ…..