ରିପୋର୍ଟ କାର୍ଡ / କଟକ
ରାଜ୍ୟରେ ପୌର ନିର୍ବାଚନର ପାଇଁ ରାଜନୀତି ସରଗରମ ରହିଛି | ପୌର ନିର୍ବାଚନର ପାଇଁ ମାନଙ୍କନ ଦାଖଲ କରିବାର ଆଜି ୫ମ ଦିନ | ବିଜେପିର ମେୟର ପ୍ରାର୍ଥୀଙ୍କୁ ନେଇ ଜାରି ରହିଥିବା ଆକଳନ ଏକପ୍ରକାର ଭିନ୍ନ ହୋଇଛି। ଅଭିନେତା ଶ୍ରୀତମ ଦାସ ହେଲେ ବିଜେପିର କଟକ ମେୟର ପ୍ରାର୍ଥୀ | ସେ ବିଜେପିରେ ଯୋଗ ଦେଇ ଦୀର୍ଘଦିନ ଧରି ଦଳରେ ସକ୍ରିୟ ଥିଲେ। ଏହାଛଡ଼ା ସେ ଓଡ଼ିଆ ସିନେ ଆର୍ଟିଷ୍ଟ ଆସୋସିଏସନର ବି ସଂପାଦକ ଅଛନ୍ତି। ପୂର୍ବରୁ ବ୍ୟାଙ୍କ ଅଫିସର ସଂଘର ନେତା ଦୁର୍ଯୋଧନ ଲେଙ୍କାଙ୍କୁ ବିଜେପି ମେୟର ପ୍ରାର୍ଥୀ କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଥିଲା।






More Stories
ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…..
ଜାପାନ ସହଯୋଗରେ ଓଡ଼ିଶାରେ ହେବ ୩ ପ୍ରକଳ୍ପ……
ଆଜି ପ୍ରବଳ ବର୍ଷିବ,୫ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ ଜାରି…..