Report Card Odisha

| Daily Odia News

ପାନ କାର୍ଡ ୨.୦,ବନ୍ଦ ହୋଇଯିବ କି ପୁରୁଣା କାର୍ଡ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତ ସରକାର ପାନ୍‌ କାର୍ଡ ପାଇଁ ନୂତନ PAN ୨.୦ ଯୋଜନା ଆଣିଛନ୍ତି | ଯେଉଁଥିରେ QR କୋଡ୍‌ ଥିବା ପାନ କାର୍ଡ ମାଗଣାରେ ଅପଗ୍ରେଡ୍‌ ହେବ। ୧,୪୩୫ କୋଟି ଟଙ୍କା ବ୍ୟୟରେ ଏହି ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ଯୋଜନା କେନ୍ଦ୍ର କ୍ୟାବିନେଟରୁ ଅନୁମୋଦନ ମିଳିଛି । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଭାରତ ସରକାର PAN ୨.୦ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ଭାରତର ପାନ୍‌ ସିଷ୍ଟମର ଏକ ଉନ୍ନତ ସଂସ୍କରଣ ହେବ, ଯାହା ବ୍ୟବସାୟ ତଥା ନାଗରିକ କେନ୍ଦ୍ରିକ କାର୍ଯ୍ୟ ପରିଚାଳନାକୁ ସହଜ କରିବ। ଅର୍ଥାତ ଏହି ଯୋଜନା ଆରମ୍ଭ ହେବା ପରେ, ଆପଣଙ୍କର ବର୍ତ୍ତମାନର ପାନ୍‌ କାର୍ଡ ବନ୍ଦ ହେବ ନାହିଁ ବରଂ ଏହା ଅପଗ୍ରେଡ ହେବ। ଆୟକର ବିଭାଗ ଦ୍ୱାରା ଜାରି କରାଯାଇଥିବା ଦଶ ଅଙ୍କ ବିଶିଷ୍ଟ ଆଲଫାନୁମେରିକ୍‌ ଆଇଡେଣ୍ଟିଫାୟାର( ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ)) ଅପଗ୍ରେଡ୍‌ ହେବାକୁ ଯାଉଛି ବୋଲି ବ୍ୟାଙ୍କବାଜାର୍‌ ଡଟ୍‌ କମ୍‌ ସିଇଓ ଆଦିଲ ଶେଟ୍ଟୀ କହିଛନ୍ତି। ପୁରୁଣା ପ୍ରଣାଳୀକୁ ଆଧୁନିକୀକରଣ କରିବା ଏବଂ ନାଗରିକ ତଥା ବ୍ୟବସାୟକୁ ପ୍ରଭାବଶାଳୀ କର ସେବା ଯୋଗାଇବା ପାଇଁ ସରକାର PAN ୨.୦ କୁ ଅନୁମୋଦନ କରିଛନ୍ତି। ଏହି ନୂତନ ପଦକ୍ଷେପ ପାନ୍‌ ସେବାଗୁଡିକର କାର୍ଯ୍ୟଶୈଳୀରେ ବଡ଼ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି। PAN ୨.୦ ସହିତ କରଦାତାମାନେ ସେମାନଙ୍କର ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ କମ୍‌ ଅପେକ୍ଷା ସମୟ, ପ୍ଲାଟଫର୍ମଗୁଡିକ ମଧ୍ୟରେ ନିରନ୍ତର ସୂଚନା ଏବଂ ଉନ୍ନତ ସୁରକ୍ଷା ପଦକ୍ଷେପଗୁଡିକ ଆଶା କରିପାରନ୍ତି । ଏହା ଏକ ସମ୍ପୂର୍ଣ୍ଣ ପରିବର୍ତ୍ତନ ଯାହାଦ୍ୱାରା ଦେଶରେ ଟିକସ ପରିଚାଳନାକୁ ସରଳ ଏବଂ ଅଧିକ ପ୍ରଭାବଶାଳୀ କରିବା ପାଇଁ ପରିକଳ୍ପନା କରାଯାଇଛି।
QR କୋଡ୍‌ ଥିବା ପାନ୍‌ କାର୍ଡ କ’ଣ-
PAN ୨.୦ ପଦକ୍ଷେପ ହେଉଛି ଉନ୍ନତ ଡିଜିଟାଲ ଏକୀକରଣ ପାଇଁ QR କୋଡ୍‌ର ପରିଚୟ ସହିତ ପାନ କାର୍ଡର କାର୍ଯ୍ୟକାରିତାକୁ ବଢ଼ାଇବା ପାଇଁ ଡିଜାଇନ ହୋଇଥିବା ଏକ ଅପଗ୍ରେଡ। ଏହାର ଅର୍ଥ ପ୍ୟାନ କାର୍ଡରେ QR କୋଡ୍‌ ମଧ୍ୟ ଉପଲବ୍ଧ ହେବ। ଏହି ଅପ୍‌ଗ୍ରେଡ୍‌ ବର୍ତ୍ତମାନର ପାନ କାଡର୍ର୍ର ବୈଧତା ଉପରେ ପ୍ରଭାବ ପକାଇବ ନାହିଁ। ଅର୍ଥାତ ଆପଣଙ୍କର ପୁରୁଣା କାର୍ଡ ମଧ୍ୟ ପୂର୍ବ ପରି ବୈଧ ରହିବ। ସରକାରୀ ସଂଗଠନର ସମସ୍ତ ଡିଜିଟାଲ ସିଷ୍ଟମରେ ପାନ୍‌କୁ ଏକ ସାଧାରଣ ପରିଚାୟକ (ID) କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Breaking News