ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖଣ୍ଡଗିରି ପାହାଡ଼ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ଯୁବକଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ଜଣଙ୍କ ସ୍ଫୋର୍ଟ୍ସ ଗେଟ୍ ଅପରେ ଥିଲେ। ଆଜି ସକାଳେ ଯୁବକଙ୍କ ମୃତଦେହ ଖଣ୍ଡଗିରି ପାହାଡ଼ ତଳେ ପଡ଼ିଥିବା କିଛି ଯୁବକ ଦେଖି ପୋଲିସ କୁ ଜଣାଇଥିଲେ। ପୋଲିସ ଯୁବକଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଯୁବକଙ୍କୁ ହତ୍ୟା କରାଯାଇଛି ନା ଅନ୍ୟ କିଛି କାରଣ ରହିଛି ତାହା ପଡ଼ିନାହିଁ। ଯଦି ଯୁବକଙ୍କୁ ହତ୍ୟା କରାଯାଇଛି ତାହା ହେଲେ ଯୁବକଙ୍କୁ କିଏ ଓ କାହିଁକି ହତ୍ୟା କଲା ପୋଲିସ ତାର ଖୋଳତାଡ଼ କରୁଛି। ପୋଲିସ ଆଖପାଖରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରୁଛି। ଏଥିସହ ସ୍ଥାନୀୟ ଲୋକଙ୍କୁ ଯୁବକ ବିଷୟରେ ପଚରାଉଚରା କରୁଛି।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..