Report Card Odisha

| Daily Odia News

ରାଜଧାନୀରେ ଯୁବକଙ୍କୁ ହତ୍ୟା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ଲିଙ୍ଗରାଜ ଥାନା ଅନ୍ତର୍ଗତ ଗାୟତ୍ରୀ ବସ୍ତିରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା କରାଯାଇଛି। ମୃତ ଯୁବକଜଣକ ହେଲେ ଜିତୁ କାଣ୍ଡି। ମିଳିଥିବା ସୂଚନା ମୁତାବକ, ଗୁରୁବାର ମଧ୍ୟରାତ୍ରିରେ ଜିତୁ ଗାୟତ୍ରୀ ବସ୍ତିର କିଛି ଯୁବକଙ୍କ ସହ ମିଶି ମଦ୍ୟପାନ କରୁଥିଲେ। ତେବେ ମଦ୍ୟପାନ ସମୟରେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ଶେଷରେ ଉଗ୍ରରୂପ ନେଇଥିଲା। ଅଭିଯୁକ୍ତମାନେ ଉତ୍ତ୍ୟକ୍ତ ହୋଇ ଜିତୁଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିବା ସହ ପିଟି ପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାର ଖବର ପାଇ ଲିଙ୍ଗରାଜ ଥାନା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ସପୋର୍ଟ ସହ ତୁରନ୍ତ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ନମୁନା ଓ ପ୍ରମାଣ ସଂଗ୍ରହ କରିଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସମ୍ପୃକ୍ତ ଥିବା ୩ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

Breaking News