ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
CJP ଆନ୍ଦୋଳନରେ ସାମିଲ ଛାତ୍ରଛାତ୍ରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ପ୍ରସଙ୍ଗରେ ଦିଲ୍ଲୀ ପୋଲିସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ପୋଲିସ କହିଛି ଯେ,ଯେଉଁମାନଙ୍କ ବିରୋଧରେ ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନାହିଁ,ସେମାନଙ୍କ ମାମଲା ହଟାଇବା ନେଇ ପଦକ୍ଷେପ ନିଆଯାଇଛି। ଜୁଲାଇ ୨୦ ତାରିଖରେ ଆୟୋଜିତ ‘ଚଲୋ ସଂସଦ’ ଅଭିଯାନରେ ସାମିଲ ଲୋକଙ୍କ ମାମଲା ନେଇ ଅନୁଧ୍ୟାନ ପ୍ରକ୍ରିୟା ଶେଷ ହୋଇଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି। ତଦନ୍ତ ପରେ ଯେଉଁମାନଙ୍କ ନାଁରେ ପୂର୍ବରୁ କୌଣସି ଅପରାଧିକ ମାମଲା ନଥିଲା, ସେମାନଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରାଯାଇଛି। ତେବେ ପୋଲିସ ଅନୁସାରେ, ପ୍ରାୟ ୨ ହଜାର ୮ ଶହ ଜଣଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି। ସେମାନଙ୍କ ମାମଲା ପ୍ରତ୍ୟାହାର ପ୍ରସଙ୍ଗରେ ଆଇନଗତ ନିୟମ ଅନୁସାରେ ବିଚାର କରାଯାଉଛି।






More Stories
ଭାଜପା ଛାଡିଲେ ଶେହଜାଦ ପୁନାୱାଲା…..
ଅମିତ ଶାହାଙ୍କ ଇସ୍ତଫା ଦାବି କଲେ ଅଭିଜିତ…..
ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିଲେ ବୀମା କମ୍ପାନୀ ଦାୟୀ ନୁହେଁ…..