ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅନଲାଇନ୍ କମ୍ପାନୀ ଏବେ ବିଷ ସପ୍ଳାଏ ଖବର ସାମ୍ନାକୁ ଆସିଛି। ଏପରି ଘଟିଛି ମଧ୍ୟପ୍ରଦେଶ ଭିଣ୍ଡ ଅଞ୍ଚଳରେ । ଅନଲାଇନରେ ସଲଫାସ୍ ନାମକ ବିଷାକ୍ତ ଔଷଧ ମଗାଇ ଏହାକୁ ଖାଇବା ପରେ ଯୁବକଙ୍କ ମୃତ୍ୟୁ ହୋଇଛି । ଏନେଇ ମୃତ ଯୁବକଙ୍କ ବାପା ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରାଙ୍କୁ ଭେଟି ସବୁ ଜଣାଇବା ପରେ ତାଙ୍କ ନିର୍ଦ୍ଦେଶରେ ଯାଞ୍ଚ କରି ସମ୍ପୃକ୍ତ ଅନଲାଇନ୍ କମ୍ପାନୀର ୨ ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ସଲଫାସ୍ ଏକ ବିଷାକ୍ତ ପାଉଡର ଯାହାକୁ ଅଧିକାଂଶ ସମୟରେ ବିଲରେ କୀଟନାଶକ ଭାବେ ବ୍ୟବହାର କରାଯାଏ । ମୃତକ ଅନଲାଇନରେ ଏପରି ଘାତକ ଔଷଧ ମଗାଇଥିଲେ ବି କମ୍ପାନୀ କିପରି କୌଣସି ଡକ୍ୟୁମେଣ୍ଟ ଯାଞ୍ଚ ନକରି ଏହାକୁ ଡେଲିଭରୀ କରିଥିଲା ବୋଲି ପୁଲିସ୍ ଉକ୍ତ କମ୍ପାନୀକୁ ଇମେଲରେ ପ୍ରଶ୍ନ କରିଥିଲେ ବି କୌଣସି ଉତ୍ତର ମିଳିନଥିଲା । ଏହାପରେ ପୋଲିସ ୨ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ଯାଞ୍ଚ ଜାରି ରଖିଛି ।






More Stories
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……
ଏହି ଦେଶ ଉପରେ କଟକଣା ଲଗାଇଲା ଆମେରିକା…..
ମୋଦି,ଶାହା ଇସ୍ତଫା ଦେବା ଉଚିତ……