ରିପୋର୍ଟ କାର୍ଡ / ପୁଣେ
୧୨ ବର୍ଷର ବାଳକ ଏକ ୪ ବର୍ଷୀୟ ବାଳିକା ସହିତ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଚକଲେଟ୍ କିଣିବାକୁ ଯିବା ବୋଲି କହି ଜଣେ ୧୨ ବର୍ଷର ବାଳକ ଏକ ୪ ବର୍ଷୀୟ ବାଳିକା ସହିତ ଦୁଷ୍କର୍ମ କରିଛି । ଏନେଇ ପୀଡ଼ିତା ବାଳିକାଙ୍କ ମାଆ ଅଭିଯୋଗ କରିଛନ୍ତି । ଏହିଭଳି ଘଟଣାର ଶନିବାର ଦିନ ପୁଣେର ପିମ୍ପରୀ ଚିଞ୍ଚୱାଡ୍ ଠାରେ ଘଟିଛି । ପୋଲିସ୍ ଉକ୍ତ ୧୨ ବର୍ଷିୟ ବାଳକକୁ ଗିରଫ କରିଛି । ସୂଚନା ଅନୁସାରେ, ଅଭିଯୁକ୍ତ ବାଳକ ଜଣକ ପୀଡ଼ିତା ବାଳିକାଙ୍କୁ ଚକଲେଟ୍ କିଣିଦେବ କହି ଏକ ଶୁନଶାନ୍ ଜାଗାକୁ ନେଇ ଦୁଷ୍କର୍ମ କରିଛି । ପୀଡ଼ିତାଙ୍କ ମାଆ ଏହି କାଣ୍ଡ କରୁଥିବା ସମୟରେ ଧରିଛନ୍ତି ବୋଲି ପୋଲିସ୍ ଆଗରେ କହିଛନ୍ତି । ତେବେ ଏହି ଘଟଣା ନଭେମ୍ବର ୧୫ ତାରିଖରେ ଘଟିଥିବା ବେଳେ ଶନିବାର ଦିନ ଏନେଇ ପୀଡ଼ିତାଙ୍କ ମାଆଙ୍କ ପକ୍ଷରୁ ଏଫଆଇଆର୍ ରୁଜୁ ହୋଇଥିଲା ।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….