ରିପୋର୍ଟ କାର୍ଡ / ଭୁବନେଶ୍ୱର
କେଇଘଣ୍ଟାର ଅପେକ୍ଷା ପରେ ସାରା ବିଶ୍ୱବାସୀ ୨୦୨୨କୁ ବିଦାୟ ଦେଇ ୨୦୨୩ ବର୍ଷକୁ ସ୍ୱାଗତ କରିବେ । ଏଥିପାଇଁ ସବୁ ମହଲରେ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ସହରୀବାସୀ ପ୍ରସ୍ତୁତି ଚଳାଇଥିବାବେଳେ ଏଥିରେ କଟକଣା ଲଗାଇଛି କମିଶନରେଟ୍ ପୋଲିସ । ଚଳିତବର୍ଷ ଜିରୋ ନାଇଟ୍ ସେଲିବ୍ରେସନରେ ଡିଜେ ବାଜିବନି କି ବାଣ ଫୁଟିବନି ଏଥିପାଇଁ କଡ଼ା ନିର୍ଦ୍ଦେଶ ହୋଇଛି । ଏହି ସମୟରେ ଆଇନଶୃଙ୍ଖଳାକୁ ନିୟନ୍ତ୍ରଣରେ ରଖିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ଫୋର୍ସ ମୁତୟନ କରିଛି । ଅପରପକ୍ଷରେ ଟ୍ୱିନସିଟିରେ ଥିବା ବିଭିନ୍ନ ହୋଟେଲରେ ଜିରୋ ନାଇଟ୍ ସେଲିବେସନ୍ ପାଇର୍ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବାବେଳେ ଏବେ ସମସ୍ତେ ଗ୍ରାହକଙ୍କ ଅପେକ୍ଷାରେ ରହିଛନ୍ତି । ନିରାଡ଼ମ୍ବର ଭାୋବ ଜିରୋନାଇଟ୍ ପାଳିବାକୁ ସବୁ ହୋଟେଲରେ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ବିଶେଷ ଜନଗହଳି ନକରିବା ପାଇଁ ପୋଲିସ ପକ୍ଷରୁ ସବୁ ହୋଟେଲ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।






More Stories
ମୁଖ୍ୟମନ୍ତ୍ରୀଙ୍କୁ ସୁଆଦ ବିଞ୍ଝାରପୁର ଦେଶୀଗାଈ କ୍ଷୀର…..
ସାଢ଼େ ୬ ଘଣ୍ଟା ପରେ ନଦୀରୁ ବାହାରିଲା କାର……
ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ…..