ରିପୋର୍ଟ କାର୍ଡ / ଭୁବନେଶ୍ବର
୨୦୨୪ ବର୍ଷ ସରିବାକୁ ଯାଉଥିବା ବେଳେ ନୂଆବର୍ଷ-୨୦୨୫ ଚାରିଦିନ ପରେ ଆସିବ। ନୂଆବର୍ଷକୁ ନେଇ ଯୁବପିଢ଼ି ବେଶ ଉତ୍ସାହିତ ରହିଛନ୍ତି। ତେବେ ନୂଆବର୍ଷ ଶାନ୍ତିର ସହିତ ଅତିକ୍ରମ କରୁ ବୋଲି ପୋଲିସ ବିଭାଗ ଆଶା କରୁଛି। ଜିରୋ ନାଇଟ୍ ସେଲିବ୍ରେସନ୍ ଓ ନୂଆବର୍ଷ ପାଇଁ କମିସନରେଟ ପୋଲିସ ସ୍ବତନ୍ତ୍ର ଭାବେ ପ୍ରସ୍ତୁତି କରିଛି। କମିସନରେଟ୍ ପୋଲିସ ଅଧୀନ ଅନେକ ଜାଗାରେ ନୂଆବର୍ଷକୁ ଧୁମ୍ଧାମରେ ପାଳନ କରାଯିବ। ଶାନ୍ତି ଶୃଙ୍ଖଳାର ସହିତ ନୂଆବର୍ଷ ପାଳନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଲୋକଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ଵ ଦିଆଯିବ। ସେଲିବ୍ରେସନ ବେଳେ କିଭଳି କୌଣସି ବିଶୃଙ୍ଖଳା ନା ହେଉ ସେଥିପ୍ରତି ଦୃଷ୍ଟି ଦିଆଯିବ। ମଦ୍ୟପ ଓ ମଦ୍ୟପଚାଳକଙ୍କ ଉପରେ ବେଶି ଗୁରୁତ୍ବ ଦିଆଯିବ। କାରଣ ବିଗତ ଦିନରେ ଅନେକ ଦୁର୍ଘଟଣା ହେବା ଦେଖାଦେଇଛି। ପୁଲିସ ସମସ୍ତଙ୍କୁ ଅନୁରୋଧ କରିବ ଯେ ନୂଆବର୍ଷ ସେଲିବ୍ରେସନ ବେଳେ ମଦ୍ୟପାନ ନକରି ଗାଡ଼ି ଚଳାନ୍ତୁ। ବିଶୃଙ୍ଖଳିତ ଆଚରଣକାରୀ ବରଦାସ୍ତ କରାଯିବନାହି। ଯିଏ ବି ବିଶୃଙ୍ଖଳିତ ଆଚରଣ କରିବ, ସେ କଠୋର କାର୍ଯ୍ୟାନୁଷ୍ଠାନର ଶିକାର ହେବ। କମିସନରେଟ୍ ପୋଲିସ ଅଧୀନ ଭୁବନେଶ୍ବର ଅଞ୍ଚଳରେ ବିଶୃଙ୍ଖଳାର ସହିତ ନୂଆବର୍ଷ ପାଳନକୁ ବରଦାସ୍ତ କରାଯିବ ନାହିଁ। ବ୍ଲକିଂ, ଯାନବାହନ ଚେକିଂ, ହୋଟେଲ୍ ରେଡ୍, ଚୋରା ମଦ ଦୋକାନ ଉପରେ ଚଢ଼ାଉ ହେବ। ସବୁ ଥାନାକୁ ଯାଞ୍ଚ ପାଇଁ ଆଦେଶ ଦିଆଯାଇଛି। ଭୁବନେଶ୍ବର ଡିସିପି ପିନାକ ମିଶ୍ର କହିଛନ୍ତି, ସାରା ଭୁବନେଶ୍ୱର ସିସିଟିଭି ସର୍ଭେଲାନ୍ସ ରହିବ। ଅଘଟଣ ନହେବା ଉପରେ ଗୁରୁତ୍ଵ ଦିଆଯିବ। ଯେଉଁମାନେ ସର୍ବସାଧାରଣ ସ୍ଥାନରେ ସେଲିବ୍ରେସନ୍ ପାର୍ଟି କରିବେ ସେମାନେ ଲାଇସେନ୍ସ ନେବାକୁ ବାଧ୍ୟ ହେବେ। କିନ୍ତୁ ପ୍ରାଇଭେଟ୍ ପାର୍ଟି ପାଇଁ ଲାଇସେନ୍ସ, ଆବଶ୍ୟକ ନାହିଁ। ଚୋରା ମଦ କାରବାର ଉପରେ ନଜର ରଖିଛୁ। ଅବକାରୀ ବିଭାଗ ସାଙ୍ଗେ ମିଶି ଚଢ଼ାଉ ହେବ। ବ୍ଲକିଂ, ଯାନବାହନ ଚେକିଂ, ହୋଟେଲ୍ ରେଡ୍, ଚୋରା ମଦ ଦୋକାନ ଉପରେ ଚଢ଼ାଉ ହେବ। ସବୁ ଥାନାକୁ ଯାଞ୍ଚ ପାଇଁ ଆଦେଶ ଦିଆଯାଇଛି।






More Stories
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..
ହ୍ବାଟ୍ସ ଆପ୍ରେ ମିଳିବ ରାଜସ୍ୱ ସେବା…..
ଶିଶୁ ବାଟିକା ପିଲାଙ୍କୁ ମାଗଣା ପୋଷାକ…..