ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ର ପୁଣେର ୟାରେୱାଡାର ଜଣେ ମହିଳାଙ୍କଠାରେ ଜିକା ଭୂତାଣୁ ଚିହ୍ନଟ ହୋଇଛି। ମହିଳାଙ୍କ ବୟସ ୬୪ ବର୍ଷ ହୋଇଥିବାବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏହି ଘଟଣା ପରେ ରାଜ୍ୟ ସରକାର ସମସ୍ତ ଜିଲା ଓ ପୌର ନିଗମକୁ ସତର୍କତା ଜାରି କରିଛନ୍ତି । ମଶାବଂଶ ନିପାତ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲା ପ୍ରଶାସନକୁ କୁହାଯାଇଛି । ଏପରିକି ପଡ଼ୋଶୀ କର୍ଣ୍ଣାଟକରେ ଜିକା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇଥିବାରୁ ସତର୍କ ରହିବା ଲାଗି କୁହାଯାଇଛି । ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦେଶକ କହିଛନ୍ତି ଯେ ନଭେମ୍ବର ୫ ତାରିଖରେ ପୁଣେ ମହିଳାଙ୍କଠାରେ ଜିକା ଭୂତାଣୁ ଚିହ୍ନଟ ହୋଇଥିଲା। ମହିଳା ଜଣଙ୍କ ଅକ୍ଟୋବର ୧୫ ତାରିଖରେ କେରଳ ଯାଇଥିଲେ। ସେଠାରୁ ଫେରିବା ପରେ ସେ ଜ୍ବରରେ ପୀଡ଼ିତ ହୋଇଥିଲେ । ରକ୍ତ ନମୁନା ପରୀକ୍ଷା ପରେ ତାଙ୍କଠାରେ ଜିକା ଭୂତାଣୁ ଚିହ୍ନଟ ହୋଇଥିଲା।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..