ରିପୋର୍ଟ କାର୍ଡ / ନୂଆଦିଲ୍ଳୀ
ବୃଦ୍ଧି ପାଉଛି ଜିକା ଭୂତାଣୁ ସଂକ୍ରମଣ। ପୁଣେରେ ଜଣ ଗର୍ଭବତୀଙ୍କ ସମେତ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସହରର ଏରାଣ୍ଡୱାନେ ଅଞ୍ଚରେ ଚାରି ଜଣ ଏବଂ ମୁନଧୱା ଅଞ୍ଚଳରେ ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। ଗତ ସପ୍ତାହରେ ଜଣେ ଗର୍ଭବତୀ ମହିଳା ଜିକା ଭାରରସର୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳ ଗତକାଲି ରାତିରେ ଜଣେ ୩ ମାସର ଗର୍ଭବତୀ ମହିଳା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ସପ୍ତାହରେ ଚିହ୍ନଟ ହୋଇଥିବା ୨୮ ବର୍ଷୀୟ ମହିଳା ୫ ମାସର ଗର୍ଭବତୀ। ଉଭୟ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ଏହାପୂର୍ବରୁ ଜଣେ ୪୬ ବର୍ଷୀୟ ଡାକ୍ତର ଏବଂ ତାଙ୍କ ଝିଅ ଜିକା ଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପୁଣେ ମ୍ୟୁନିସିପାଲ କର୍ପୋରେସନ ପଦକ୍ଷେପ ନେବା ସହ ମଶାଙ୍କ ପ୍ରଜନନ ରୋକିବା ଉପରେ ପଦକ୍ଷେପ ନେଉଥିବା ଜଣେ ଅଧିକାରୀ କହିଛନ୍ତି। ପ୍ରକାଶ ଥାଉକି, ଏଡିସ୍ ମଶା କାମୁଡ଼ିବା ଦ୍ୱାରା ଜିକା ସଂକ୍ରମିତ ହୋଇଥାଏ। ଏହି ମଶା କାମୁଡ଼ାରେ ଡେଙ୍ଗୁ ଏବଂ ଚିକେନଗୁନିଆ ମଧ୍ୟ ହୋଇଥାଏ। ଜିକା ଭୂତାଣୁ ପ୍ରଥମେ ଉଗାଣ୍ଡାରେ ୧୯୪୭ ମସିହାରେ ଚିହ୍ନଟ ହୋଇଥିଲା। ଗର୍ଭବତୀ ମହିଳାଙ୍କୁ ଭୂତାଣୁ ସଂକ୍ରମଣ କହେଲେ ସାମାନ୍ୟ ଚିନ୍ତା ବଢାଇଥାଏ। କାରଣ ଏହି ଭୂତାଣୁ ଗର୍ଭସ୍ଥ ଶିଶୁର ମାଇକ୍ରୋସେଫାଲୀ (ମସ୍ତିଷ୍କର ଅସ୍ୱାଭାବିକ ବିକାଶ ହେତୁ ମୁଣ୍ଡ ଯଥେଷ୍ଟ ଛୋଟ) ହୋଇପାରେ। କିନ୍ତୁ ପୁଣେରେ ସଂକ୍ରମିତ ହୋଇଥିବା ଗର୍ଭବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସ୍ୱାସ୍ଥ୍ୟ ବିଭାଗ କହିଛି।






More Stories
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..
ନୀତିନ ନବୀନଙ୍କ ଇସ୍ତଫା…..
ଓଏଏସ୍ ସ୍ତରରେ ଅଦଳବଦଳ…..