Report Card Odisha

| Daily Odia News

ପ୍ରଥମ ଦିନ ଗଣତିରେ ବିଜେଡି ବିଜୟୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ତ୍ରିସ୍ତରୀୟ ପଞ୍ଚାୟତନ ନିର୍ବାଚନର ଆଜିଠାରୁ ଭୋଟ ଗଣତି ଆରମ୍ଭ ହୋଇଛି | ପ୍ରଥମ ଦିନର ଗଣତିରେ ଅଧିକାଂଶ ସ୍ଥାନରେ ବିଜେଡିର ପ୍ରାର୍ଥୀମାନେ ଜିଲ୍ଲା ପରିଷଦ ଆସନରେ ଆଗୁଆ ରହିଛନ୍ତି । ସନ୍ଧ୍ୟା ୭ଟା ରିପୋର୍ଟ ଅନୁସାରେ- ଜିଲ୍ଲା ପରିଷଦ ଆସନରେ ବିଜିଡିର ପ୍ରାର୍ଥୀ ୨୭୭ଟି ଆସନରେ ଆଗରେ ଥିବା ବେଳେ ବିଜେପିର ୧୮ଟି ଏବଂ କଂଗ୍ରେସର ୧୬ଟି ଆସନରେ ପ୍ରାର୍ଥୀମାନେ ଆଗୁଆ ରହିଥିଲେ । ସ୍ୱାଧୀନ ଏବଂ ଅନ୍ୟପ୍ରାର୍ଥୀ ୪ ଟି ଆସନରେ ଆଗୁଆ ରହିଥିଲେ | ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଆସନ ପାଇଁ ମତଗଣନା କରାଯାଇଥିଲା |କେନ୍ଦ୍ରାପଡା, ମାଲକାନଗିରି, ନୟାଗଡ଼, ପୁରୀ , ସୋନପୁର , ଭଦ୍ରକ, ଦେବଗଡ଼, ଜଗତସିଂହପୁର, ଯାଜପୁର, ଝାରସୁଗୁଡାରେ ବିଜେଡି ଆଗୁଆ ରହିଛି । ବିଭନ୍ନ ଜିଲ୍ଲାରେ ବିଜେପିର ପ୍ରଦର୍ଶନ ନୈରାଶଜନକ ରହିଛି । ଅନେକ ଜିଲ୍ଲାରେ ବିଜେପି ପ୍ରାର୍ଥୀ କୌଣସି ଜୋନ୍‌ରୁ ଆଗୁଆ ରହି ନାହାନ୍ତି । ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼,ନୂଆପଡା, ପୁରୀ, ରାୟଗଡା ,ସୋନପୁର ,ଭଦ୍ରକ, ,ଦେବଗଡ଼, ଗଜପତି, ଝାରସୁଗୁଡା ଜିଲ୍ଲାମାନଙ୍କରେ ବିଜେପି ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ଆସନରୁ ଆଗୁଆ ନଥିବା ସୂଚନା ମିଳିଛି ।

Breaking News