ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ବିଶାଳ ଜନସଭାକୁ ସମ୍ବୋଧନ କରିବେ । ସୂଚନା ଅନୁସାରେ ସକାଳ ୧୦ଟାରେ ବ୍ରହ୍ମପୁର ଏବଂ ଦିନ ୧୨ଟାରେ ନବରଙ୍ଗପୁର ପାପଡାହାଣ୍ଡିରେ ପ୍ରଧାନମନ୍ତ୍ରୀଙ୍କ ଜନସଭା କାର୍ଯ୍ୟକ୍ରମ ରହିଛି। ବ୍ରହ୍ମପୁର ସହ କନିଷିରେ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବା ସହ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏସପିଜି ସହ ୩୦ ପ୍ଲାଟୁନ ଫୋର୍ସ, ବମ୍ ସ୍କ୍ୱାଡ୍ ଓ ସନ୍ଧାନୀ କୁକୁର ମୁତୟନ ହୋଇଛନ୍ତି। ରବିବାର ରାତିରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ପହଂଚିବା ପରେ ସେଠାରୁ ସିଧାସଳଖ ରାଜଭବନ ଯାଇଥିଲେ। ବିମାନ ବନ୍ଦର ବାହାରେ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ ରାଜ୍ୟ ବିଜେପି ନେତା ଓ କର୍ମୀ। ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରରୁ କଡ଼ା ସୁରକ୍ଷା ବଳୟ ଭିତରେ ସିଧା ରାଜଭବନକୁ ଯାଇଥିଲେ। ଆଉ ସେଠାରେ ରାତ୍ରି ଯାପନ କରିଥିଲେ ପ୍ରଧାନମନ୍ତ୍ରୀ। ବିମାନ ବନ୍ଦର ଭିତରେ ଓ ବାହାରେ ମୋଦିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ବିଜେପି ନେତା ଓ କର୍ମୀ।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..